Only for Entertainment

ଦଶହରାରେ ରିଲିଜ ହେଲା ଦୁଇଟି ଭିନ୍ନ ସ୍ୱାଦର ଫିଲ୍ମ ‘ବଧାଇ ହୋ’ ଏବଂ ‘ନମସ୍ତେ ଇଂଲଣ୍ଡ’ ।

Hindustan Times
29

ଫିଲ୍ମ ରିଲିଜର ଋତୁ ଦଶହରା ଅବସରରେ ମୁକ୍ତିଲାଭ କଲା ଦୁଇଟି ହିନ୍ଦୀ ଫିଲ୍ମ ‘ବଧାଇ ହୋ’ ଏବଂ ‘ନମସ୍ତେ ଇଂଲଣ୍ଡ’ । ‘ବଧାଇ ହୋ’ ଫିଲ୍ମର ମୁଖ୍ୟ ଭୂମିକାରେ ଆୟୁଷ୍ମାନ ଖୁରାନା ଅଭିନୟ କରିଥିବା ବେଳେ ଫିଲ୍ମରେ ରହିଛି ଏକ ଭିନ୍ନ ସ୍ୱାଦର କାହାଣୀ । ବାହାହେବାକୁ ଚାହୁଁଥିବା ଜଣେ ଯୁବକ ଯେତେବେଳେ ଜାଣିବାକୁ ପାଏ ଯେ ତାର ମା’ ଗର୍ଭବତୀ ଅଛନ୍ତି, କିଭଳି ପ୍ରଭାବିତ ହୁଏ ତା’ର ମାନସିକତା ତାକୁ ନେଇ ଫିଲ୍ମର କାହାଣୀ । ଫିଲ୍ମର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଛନ୍ତି ସାନ୍ୟା ମଲହୋତ୍ରା, ନୀନା ଗୁପ୍ତା, ଗଜରାଓ ରାଓ । ଭିନ୍ନସ୍ୱାଦର କାହାଣୀ ଫିଲ୍ମର ସବୁଠୁ ବଡ଼ ସେଲିଂ ପଏଂଟ ।

ସେହିପରି ନମସ୍ତେ ଇଂଲଣ୍ଡର ମୁଖ୍ୟ ଭୂମିକାରେ ଅଛନ୍ତି ଅର୍ଜୁନ କପୁର ଓ ପରିଣୀତି ଚୋପ୍ରା । ବିପୁଲ ଶାହା ନିର୍ଦ୍ଦେଶିତ ଏହି ଫିଲ୍ମରେ ପରମ୍ ଓ ଯଶମୀତଙ୍କ ବିବାହ ପରବର୍ତୀ ପ୍ରେମକାହାଣୀକୁ ଅତି ସୁନ୍ଦର ଭାବେ ପରିବେଷଣ କରାଯାଇଛି । ପତ୍ନୀଙ୍କ ମୁକ୍ତ ଚିନ୍ତାଧାରା ଯୋଗୁ ଅର୍ଜୁନ୍ ପରିଣୀତିଙ୍କ ପାଇଁ ଲଣ୍ଡନ ଆସନ୍ତି, ଏହାକୁ ନେଇ ଆଗକୁ ବଢ଼ୁଛି କାହାଣୀ । ଫିଲ୍ମର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ଆଦିତ୍ୟ ସିଲ୍, ଅନୀଲ ମାଂଗେ ଓ ଦିଜାନା ଦେଜନଭିକ୍ ।

ତେବେ ଦେଖିବାକୁ ବାକି ରହିଲା ଏହି ଦୁଇଟି ଫଲ୍ମ ମଧ୍ୟରୁ ଦର୍ଶକଙ୍କୁ କେଉଁ ଫିଲ୍ମ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More