Only for Entertainment

ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା କମେଡି ଫିଲ୍ମ ‘ଜ୍ୟାକ୍ ଆଣ୍ଡି ଦିଲ୍’

patirap
21

ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା କମେଡି ଫିଲ୍ମ ‘ଜ୍ୟାକ୍ ଆଣ୍ଡି ଦିଲ୍’ । ଫିଲ୍ମରେ ଅଭିନେତା ଅରବାଜ୍ ଖାନ୍, ଅମିତ୍ ସାଦ୍ ଓ ଅଭିନେତ୍ରୀ ସୋନାଲ୍ ଚୌହ୍ୱାନଙ୍କୁ ଲିଡ୍ ଭୂମିକାରେ ଦେଖିବାକୁ ମିଳିଛି ।

ଫିଲ୍ମରେ ଅଭିନେତା ଅରବାଜ୍ ଖାନଙ୍କ ଅଭିନୟ ଅନେକ ଦିନ ପରେ ଦେଖିବାକୁ ମିଳିଛି । ସିନେମାରେ ଜଣେ ସକି ସ୍ୱାମୀ ଭୂମିକାରେ ଅରବାଜ୍ ଖାନଙ୍କୁ ଦେଖିବାକୁ ମିଳିବ । ଯିଏକି ନିଜ ସୁନ୍ଦର ସ୍ତ୍ରୀ ଉପରେ ଯାଶୁସି କରେ । ଆଉ ଏଥିପାଇଁ ସେ ଜଣେ ଯାଶୁସକୁ ହାୟର୍ କରେ । ଯେଉଁ ଚରିତ୍ରରେ ଅଭିନେତା ଅମିତ ସାଦଙ୍କୁ ଦେଖିବାକୁ ମିଳେ । ତେବେ ଅମିତ୍ ଯାଶୁସି କରିବା ଭିତରେ ନିଜେ ହିଁ ଅରବାଜଙ୍କ ସ୍ତ୍ରୀ ପ୍ରେମରେ ପଡିଯାଏ । କନଫ୍ୟୁଜନ୍ ଓ କମେଡିକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସଚିନ୍ କରାଣ୍ଡେ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ଅକ୍ରୋପ୍ରଭୋ ମୁଖାର୍ଜୀ । ଏହି କେମଡି ସିନେମା ଦର୍ଶକଙ୍କୁ କେତେ ଦୂର ପସନ୍ଦ ଆସୁଛି, ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More