Only for Entertainment

ଫ୍ରାଇଡେ ରିଲିଜରେ ସାମ୍ନାକୁ ଆସିଲା ଚାରି ଚାରୋଟି ଭିନ୍ନ ସ୍ୱାଦର ବଲିଉଡ ଫିଲ୍ମ

Fenil and Bollywood
38

ଆଜିି ପରଦାକୁ ଆସିଛି ୪ଟି ବଲିଉଡ ଫିଲ୍ମ । ହ୍ୱାଇ ଚିଟ୍ ଇଣ୍ଡିଆ, ଫ୍ରଡ ସୈୟାଁ, ବମ୍ବାରିୟା ଓ ରଙ୍ଗିଲା ରାଜା । ଏହି ଚାରୋଟି ଭିନ୍ନ ଭିନ୍ନ ସ୍ୱାଦର ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଟକ୍ଟର ଦେଖିବାକୁ ମିଳିଛି ।

ରୋମାନ୍ସ ଷ୍ଟାର ଇମ୍ରାନ୍ ହାସମୀ ଏବଂ ଶ୍ରେୟା ଧନୱାନ୍ଥାରିଙ୍କ ଅଭିନୀତ ଫିଲ୍ମ ‘ହ୍ୱାଇ ଚିଟ ଇଣ୍ଡିଆ’ରେ ଶିକ୍ଷା ବିଭାଗରେ ହେଉଥିବା ଭ୍ରଷ୍ଟାଚାରର କାହାଣୀ ଦେଖିବାକୁ ମିଳିବ । ଫିଲ୍ମରେ ଇମ୍ରାନ ଏକ ଲେକଚର ଭୂମିକାରେ ନଜର ଆସିଛନ୍ତି ।

ସେହିପରି ଅନେକ ଦିନ ପରେ ବଡ ପରଦାକୁ ଫେରିଥିବା ଗୋବିନ୍ଦାଙ୍କ କମେଡି କରୁଥିବା ନଜର ଆସିଛନ୍ତି । ରାଜା ବାବୁ ଫିଲ୍ମର ରାଜା ଏଥର ରଙ୍ଗିଲା ରାଜା ଜରିଆରେ ପୁଣି ଦର୍ଶକଙ୍କ ସମାନାକୁ ଆସିଛନ୍ତି । ଏଥିରେ ଗୋବିନ୍ଦାଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିଛି । ସିକନ୍ଦର ଭାରତୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଗୋବିନ୍ଦାଙ୍କ ସହ ମିଶିକା ଚୌରାସିଆ, ଅନୁପମ ଅଗ୍ନିହୋତ୍ରୀ, ଡିଙ୍ଗାଙ୍ଗାନା ସୂର୍ଯ୍ୟବଂଶୀଙ୍କୁ ଦେଖିବାକୁ ମିଳିବ ।

ଅପରପକ୍ଷେ ପ୍ରକାଶ ଝାଙ୍କ ପ୍ରଯୋଜିତ ଏବଂ ସୌରଭ ଶ୍ରୀବାସ୍ତବଙ୍କ ନିର୍ଦ୍ଦେଶିତ ଫ୍ରଡ ସୌୟାଁରେ ଜଣେ ଠକ ସ୍ୱାମୀର କାରନାମା ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମରେ ଅରଶ ଦ ବାର୍ଶୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ସେହିପରି ରାଧିକା ଆପ୍ଟେଙ୍କ ଅଭିନୀତ ଆଉ ଏକ କମେଡି ଡ୍ରାମା ଫିଲ୍ମ ବମ୍ବାରିୟା ଆଜି ଫିଲ୍ମ ଫ୍ରାଇଡେରେ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି । ତେବେ ଫିଲ୍ମ ବମ୍ବାରିୟାରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ପିୟା ସୁକନ୍ୟା ।

ତେବେ ଏହି ଚାରୋଟି ଫିଲ୍ମ ମଧ୍ୟରୁ ଦର୍ଶକ କେଉଁ ଫିଲ୍ମକୁ ଅଧିକ ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More