Only for Entertainment

ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ଦୁଇଟି ଭିନ୍ନ ସ୍ୱାଦର ଫିଲ୍ମ, ‘ବତ୍ତି ଗୁଲ ମିଟର ଚାଲୁ’ ଏବଂ ‘ମଂଟୋ’ ।

Bollywoodlife
0 34

ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ୨ଟି ଭିନ୍ନ ସ୍ୱାଦର ହିନ୍ଦୀ ଚଳଚ୍ଚିତ୍ର । ଗୋଟିଏ ହେଉଛି ଶାହିଦ କପୁରଙ୍କ ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’ ଏବଂ ଅନ୍ୟଟି ରହିଛି ନନ୍ଦିତା ଦାସଙ୍କ ବାଓପିକ୍ ସିନେମା ‘ମଂଟୋ’ । ଯେଉଁଥିରେ ଲିଡ୍ ଭୂମିକାରେ ଭର୍ସାଟାଇଲ୍ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଧିକିଙ୍କ ଆକର୍ଷଣୀୟ ଅଭିନୟ ଦେଖିବାକୁ ମିଳିଛି ।

ଫିଲ୍ମ ଫ୍ରାଇଡେ ରେ ପରଦାକୁ ଆସିଛି ଶାହିଦ କପୁର ଏବଂ ଶ୍ରଦ୍ଧା କପୁର ଷ୍ଟାରର ଫିଲ୍ମ ବତ୍ତି ଗୁଲ ମିଟର ଚାଲୁ । ଫିଲ୍ମର ଟାଇଟଲ ହିଁ ଫିଲ୍ମର କାହାଣୀକୁ ଲୋକଙ୍କ ପାଖରେ ପହଁଚାଇଛି । ବିଜୁଳି ବିଭାଗର ଭ୍ରଷ୍ଟାଚାର ମାମଲା ଉପରେ ଆଧାରିତ ଏହି ଫିଲ୍ମରେ ଶ୍ରଦ୍ଧା କପୁର ଏବଂ ଶାହିଦ କପିରଙ୍କ ସହିତ ୟାମୀ ଗୌତମ ମଧ୍ୟ ନଜର ଆସିବେ । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ ଶାହିଦ କପୁରଙ୍କ ପିଲାଦିନର ସାଙ୍ଗର ପ୍ରିଣ୍ଟିଂ ପ୍ରେସରେ ହଠାତ ୫୪ ଲକ୍ଷର ବିଦୁଳି ବିଲ ଆସେ ଏବଂ ଏହାକୁ ନେଇ ସେ ଆତ୍ମହତ୍ୟା କରିଦିଏ । ଏହା ପରେ ଶାହିଦ ନିଜ ବନ୍ଧୁଙ୍କୁ ନ୍ୟାୟ ଦେବ ପାଇଁ ଓକିଲ ହୋଇ ଏହି କେସକୁ ଲଢିଥାନ୍ତି । ଫିଲ୍ମକୁ ଶ୍ରୀନାରାୟଣ ସିଂ ନିର୍ଦ୍ଦେଶନା ଦେଇଥିବା ବେଳେ ଭୂଷଣ କୁମାର ଏହାର ପ୍ରଯୋଜକ ଅଛନ୍ତି ।

ଏହି ଫିଲ୍ମ ବ୍ୟତିତ ଆଜି ବାଓପିକ୍ ମଂଟୋ ମଧ୍ୟ ରିଲିଜ ହୋଇଛି । ପ୍ରତିଷ୍ଠିତ ଲେଖକ ସଆଦତ୍ ହସନ୍ ମଂଟୋଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିତା ଦାସ । ଫିଲ୍ମରେ ମଂଟୋଙ୍କ ଚରିତ୍ରକୁ ପରଦାରେ ତୁଲାଇଛନ୍ତି ନବାଜୁଦ୍ଦିନ୍ ସିଦ୍ଧିିକି । ୧୯୩୪ ମସିହାରେ ଭାରତରେ ଜନ୍ମ ହୋଇଥିବା ମଂଟୋ ଯୁବ ଅବସ୍ଥାରୁ ହିଁ ନିଜ ଭିନ୍ନ ଲେଖା ଶୈଳିକୁ ନେଇ ଲୋକପ୍ରିୟ ହୋଇଥିଲେ । ବମ୍ବେରେ ରହିବାକୁ ଚାହୁଁଥିବା ମଂଟୋଙ୍କୁ କିନ୍ତୁ ଦେଶ ସ୍ୱାଧିନ ହେବା ପରେ ପାର୍ଟିସନ୍ ପରେ ପାକିସ୍ତାନ ଯିବାକୁ ପଡିଥିଲା । ଆଉ ସେବେଠାରୁ ନିଜ ଲେଖାରେ ସତ୍ୟ ଘଟଣାକୁ ସ୍ଥାନ ଦେଲେ ମଂଟୋ । ଯାହାକୁ ନେଇ ସମାଲୋଚନାର ଶୀକାର ହେଲେ । ଫିଲ୍ମରେ ମଂଟୋଙ୍କ ଚରିତ୍ରକୁ ବେଶ ଆକର୍ଷଣୀୟ ଭାବେ ତୋଳି ପାରିଛନ୍ତି ଅଭିନେତା ନବାଜୁଦ୍ଧିନ୍ । ଫିଲ୍ମରେ ନୱାଜୁଦ୍ଦିନ ସିଦ୍ଧିକିଙ୍କ ବ୍ୟତୀତ ତାହିର୍ ରଂଜନ ବାସିନ୍, ରସିକା ଦୁଗ୍ଗଲ୍, ରାଜଶ୍ରୀ ଦେଶପାଣ୍ଡେ, ରିଷି କପୁର, ପରେଶ ରାୱଲ୍, ଏବଂ ଜାବେଦ ଅଖତରଙ୍କ ଆକର୍ଷଣୀୟ ଅଭିନୟ ଦେଖିବାକୁ ମିଳିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରଷ୍କାର ପ୍ରାପ୍ତ ଅଭିନେତ୍ରୀ ନନ୍ଦିତା ଦାସ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ସ୍ନେହା ଖନୱ୍ଲେକର୍ ଓ ରଫତାର୍ । ଅନେକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିବାଲରେ ବି ସାମିଲ୍ ହୋଇଛି ଚଳଚ୍ଚିତ୍ର ମଂଟୋ ।

ତେବେ ଦେଖିବାକୁ ବକି ରହିଲା ଏହି ଦୁଇଟି ଫିଲ୍ମ ମଧ୍ୟରୁ କିଏ ବକ୍ସ ଅଫିସରେ ବାଜି ମାରି ନେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More