Only for Entertainment

ଫିଲ୍ମ ଫ୍ରାଇ ଡେ’ରେ ପରଦାକୁ ଆସିଲା କମେଡି – ଡ୍ରାମା ଫିଲ୍ମ ‘ବାପା ତମେ ଭାରି ଦୁଷ୍ଟ’

YouTube
25

ପରଦାକୁ ଆସିଲା କମେଡି – ଡ୍ରାମା ଫିଲ୍ମ ‘ବାପା ତୁମେ ଭାରି ଦୁଷ୍ଟ’ । ସିନେମାରେ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ବାପା ଭୂମିକାରେ ଦେଖିବାକୁ ମିଳିଛି । ଆଉ ଏଥର ଚିରା – ଚରିତ ବାପା ଭୂମିକାରୁ ବାହାରି ଟିକେ ହଟ୍କେ ଅଭିନୟ ଦେଖିବାକୁ ମିଳିଛି ପ୍ରଦ୍ୟୁମ୍ନ ଲେଙ୍କାଙ୍କର । ଏହି ସିନେମା ଜରିଆରେ ନାୟକ ଭାବେ ଓଲିଉଡରେ ଡେବ୍ୟୁ କରିଛନ୍ତି ଛୋଟ ପରଦାର ଲୋକପ୍ରିୟ କଳାକାର ଜୟଜିତ୍ ।

ଜଣେ ବାଳୁଙ୍ଗା ପୁଅକୁ ସିଧା ରାସ୍ତାକୁ ଆଣିବା ପାଇଁ ଏକ ବାପା କଣ କରିପାରେ ତାହା ଦେଖିବାକୁ ମିଳିଛି ଏହି ସିନେମାରେ । ଫିଲ୍ମରେ ବାଳୁଙ୍ଗା ପୁଅ ଭୂମିକାରେ ନଜର ଆସିଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଜୟଜୀତ୍ । ଯିଏ କି ଏହି ସିନେମା ଜରିଆରେ ପ୍ରଥମ ଥର ପାଇଁ ନାୟକ ଭାବେ ନଜର ଆସିଛନ୍ତି । ଏବଂ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଛନ୍ତି ନବାଗତା ନାୟିକା ସସ୍ମିତା । ଏକାଧିକ ସିନେମାରେ ସିରିୟସ୍ ବାପା ରୋଲ୍ ପ୍ଲେ କରିଥିବା ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିବ ଏହି ସିନେମାରେ । ପୁଅର ଦୁଷ୍ଟାମିରେ ସବୁବେଳେ ଅତିଷ୍ଟ ଥାଏ ବାପା । ନିଜର ଗୋଟିଏ ବୋଲି ପୁଅକୁ ବାଟକୁ ଆଣିବା ପାଇଁ ବାପା କିଭଳି ପଦକ୍ଷେପ ନେଉଛି ତାହା ଦେଖିବାକୁ ମିଳିଛି ଏହି ସିନେମାରେ ।

ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ନିର୍ଦ୍ଦେଶକ ଟି ଗଣେଷ । ଏହି ସିନେମାର ସଂଳାପ ଦେଇଛନ୍ତି ଡକ୍ଟର୍ ନିର୍ମଳ ନାୟକ । ଫନି କାହାଣୀକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଥିବାବେଳେ, ଏହାର ଗୀତଗୁଡିକ ଭି ସେହିପରି ଆକର୍ଷଣୀୟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More