Only for Entertainment

ଆଜି ରିଲିଜ: ଓଡିଆ ଫିଲ୍ମ ‘ଶକ୍ତି’

enews odia
0 75

ଓଡିଆ ଚଳଚ୍ଚିତ୍ର ‘ଶକ୍ତି- ଦ ଲାୟନ ହାର୍ଟ’ ଆଜି ପରଦାକୁ ଆସିଛି । ସ୍ନେହଲତା ଫିଲ୍ମ କ୍ରାଫ୍ଟସର ଏହା ପ୍ରଥମ ଅବଦାନ । ରୋନକ ସାହୁ ଏବଂ ମିନତି ସାହୁଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମରେ ନିର୍ଦ୍ଦେଶକ ଅଛନ୍ତି ସୁଧାକର ବସନ୍ତ ।

ଆକ୍ସନ ଓ ରୋମାନ୍ସରେ ଭରପୁର ଏହି ଫିଲ୍ମରେ ନବାଗତ କରଣ ସହିତ ସୂର୍ୟ୍ୟମୟୀ ନଜର ଆସିଛନ୍ତି । କରଣ ଏହି ଫିଲ୍ମରେ କମାଲ କରିଥିବା ବେଳେ କଟକ, ଭୁବନେଶ୍ୱର, ବିଶାଖାପାଟଣା ଓ ଗୋଆରେ ଏହି ଫିଲ୍ମର ସୁଟିଂ କରାଯାଇଛି ।

shaktii

କରଣ ଏବଂ ସୂର୍ୟ୍ୟମୟୀଙ୍କ ବ୍ୟତିତ ଏହି ଫିଲ୍ମରେ ଉତ୍ତମ ମହାନ୍ତି, ମିହାର ଦାସ, ପପୁ ପମପମ, ଅପରାଜିତା, ପପି ସନ୍ତୁକା, ରାଜୀବ ମହାନ୍ତି, ବିଜୁ ବଡଜେନା, ମଧୁ, ପ୍ରତିଭା ପଣ୍ଡା ପ୍ରମୁଖ ନଜର ଆସିବେ । ଏହା ସହିତ ରଣଜିତ ପଟ୍ଟନାୟକଙ୍କ ସଂଳାପ ଓ ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ଏହି ସିନେମାକୁ ଆକର୍ଷଣୀୟ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More