Only for Entertainment

ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ଦୁଇଟି ଓଡିଆ ଫିଲ୍ମ

NuaOdisha
0 49

ଆଜି ପରଦାକୁ ଆସୁଛି ଦୁଇଟି ନୂଆ ଓଡ଼ିଆ ସିନେମା । ଏଥିମଧ୍ୟରୁ ଗୋଟିଏ ହେଲା ‘ଦିଓ୍ଵାନା ହେଲି ତୋ’ ପାଇଁ’ । ଅଶୋକ କୁମାର ଦାସ ଏହାର ପ୍ରଯୋଜକ ଏବଂ ଜଣାଶୁଣା ଅଭିନେତା- ନିର୍ଦ୍ଦେଶକ ଶ୍ରୀତମ୍‌ ଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି । ସେ ଏହାର କାହାଣୀ ବି ଲେଖିଛନ୍ତି । ଏଥିରେ ସିଦ୍ଧାନ୍ତ ମହାପାତ୍ର, ରୀୟା ଦେ, ଅମର ଗୁଡୁ, ଶ୍ରୀତମ ଦାସ, ଦେବୁ ପଟ୍ଟନାୟକ, ଉଷଶ୍ରୀ ମିଶ୍ର ପପୁ ପମପମ୍‌ ଓ ନବାଗତ ମୁନ୍ନା ମୁଖ୍ୟ ଭୂମିକାରେ ଅଛନ୍ତି । ରଣଜିତ ପଟ୍ଟନାୟକ ଏହାର ସଂଳାପକାର ଏବଂ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶକ।

ole-ole-dil-boleଅନ୍ୟ ସିନେମା ହେଲା ‘ଓଲେ ଓଲେ ଦିଲ ବୋଲେ’ । ବିଭୂତି ଭୂଷଣ ଷଡଙ୍ଗୀ ଏହାର ପ୍ରଯୋଜକ ଏବଂ କୈଳାସ ମହାପାତ୍ର ନିର୍ଦ୍ଦେଶକ। ଏଥିରେ ସିଦ୍ଧାନ୍ତ,ଜ୍ୟୋତି,ଝିଲିକ୍‌, ମିହିର ଦାସ ଏବଂ ଚୌଧୁରୀ ବିକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶକ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More