Only for Entertainment

ଫ୍ରାଇଡେ ରିଲିଜ: ପରଦାକୁ ଆସିଛି ଓର୍ମାଟ୍, ବିୟଣ୍ଡ ଦ କ୍ଲାଉଡ୍ ଏବଂ କମେଡି ଫିଲ୍ମ ନାନୁ କି ଜାନୁ

Latestly
0 51

ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ଭିନ୍ନ ସ୍ୱାଦର ୩ଟି ଚଳଚ୍ଚିତ୍ର । ଅଭିନେତା ରାଜ କୁମାର୍ ରାଓଙ୍କ ଚଳଚ୍ଚିତ୍ର ଓର୍ମାଟ୍, ବିୟଣ୍ଡ ଦ କ୍ଲାଉଡ୍ ଏବଂ କମେଡି ଫିଲ୍ମ ନାନୁ କି ଜାନୁ । ଏହି ୩ଟି ସିନେମାକୁ ନେଇ ଏହି ସପ୍ତାହରେ ବକ୍ସ ଅଫିସ୍ରେ ଦେଖିବାକୁ ମିଳିବ ଜବରଦସ୍ତ ଟକ୍କର ।

ଫିଲ୍ମ ଓମାର୍ଟରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ରାଜକୁମାର ରାଓ । ପ୍ରଖ୍ୟାତ ଆତଙ୍କବାଦୀ ଓମାର୍ ସଇଦ୍ ସେଖଙ୍କୁ ନେଇ ଚଳଚ୍ଚିତ୍ର ଓମାର୍ଟ ଗତିଶୀଳ ହୋଇଛି । ଫିଲ୍ମରେ ଓମାର୍ ସଇଦ ଭୂମିକାରେ ନଜର ଆସିଛନ୍ତି ରାଜକୁମାର୍ । ୧୯୯୪ରେ ବିଦେଶୀ ପର୍ଯ୍ୟଟକଙ୍କ ଅପହରଣ, ୯-୧୧ ଆମେରିକା ୱାର୍ଲ୍ଡ ଟ୍ରେଡ୍ ସେଂଟର୍ ଉପରେ ଆକ୍ରମଣ, ୨୬-୧୧ ମୁମ୍ବାଇ ଆକ୍ରମଣ ଏହି ସବୁ ଆକ୍ରମଣରେ ଜଡିତ ଥିବା ପ୍ରଖ୍ୟାତ ଆତଙ୍କବାଦୀ ଓମାର୍ ସଇଦ୍ ସେଖଙ୍କୁ ନେଇ ସିନେମା ପ୍ରସ୍ତୁତ କରିଛନ୍ତି ନିର୍ଦ୍ଦେଶକ ହଂସଲ ମେହତା । ଫିଲ୍ମରେ ସଇଦର ଜୀବନକୁ ପରଦାରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ।

ହୀନ୍ଦି ଡ୍ରାମା ଚଳଚ୍ଚିତ୍ର ବିୟଣ୍ଡ ଦ କ୍ଲାଉଡ୍ସ ମଧ୍ୟ ଆଜି ପରଦାକୁ ଆସିଛି । ଫିଲ୍ମରେ ସାହିଦ୍ କପୁରଙ୍କ ଭାଇ ଇଶାନ୍ କଟ୍ଟରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଇଶାନ୍ ଏହି ଫିଲ୍ମ ଜରିଆରେ ବଲିଉଡରେ ପ୍ରବେଶ କରିଛନ୍ତି । ନିର୍ଦ୍ଦେଶକ ମାଜିଦ୍ ମଜିଦିଙ୍କ ଏହି ସିନେମାର କାହାଣୀ ଲେଖିଛନ୍ତି ବିଶାଲ୍ ଭରଦୱାଜ୍ । ଏବଂ ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ମ୍ୟୁଜିକ୍ ମାଏଷ୍ଟ୍ରୋ ଏ.ଆର୍ ରେହମାନ୍ । ଫିଲ୍ମରେ ମାଲବିକା ମୋହନାନ୍, ଗୌତମ୍ ଘୋଷ, ଝି ଭି ଶାରଦା ଆଦି କଳାକାରଙ୍କୁ ଅନ୍ୟାନ ଭୂମିକାରେ ଦେଖିବାକୁ ମଇଳିବ । ପୂର୍ବରୁ ଏହି ସିନେମାଟି ଲଣ୍ଡନ୍ ଫିଲ୍ମ ଫେଷ୍ଟିବାଲ୍ରେ ପ୍ରଦର୍ଶିତ ହେବା ସହ ଅନେକ ପ୍ରଶଂସା ମଧ୍ୟ ସାଉଁଟି ପାରିଛି । ଆଉ ଏବେ ଭାରତୀୟ ଦର୍ଶକଙ୍କୁ ବି ମନୋରଂଜନ ଭେଟି ଦେବାକୁ ଯାଉଛି ଏହି ସିନେମାଟି ।

ଏହି ଦୁଇଟି ସିନେମା ବ୍ୟତିତ ଆଜି ମୁକ୍ତିଲାଭ କରିଛି ରୋମାଂଟିକ୍ କମେଡି ଫିଲ୍ମ ନାନୁ କି ଜାନୁ । ଫିଲ୍ମଟି ଏକ ଜବରଦସ୍ତ କମେଡି କାହାଣୀକୁ ନେଇ ଗକିଶୀଳ ହୋଇଛି । ଯେଉଁଥିରେ ଲିଡ୍ ରୋଲ୍ରେ ନଜର ଆସିଛନ୍ତି ଅଭିନେତା ଅଭୟ ଦେଓଲ୍ ଓ ପାତ୍ରଲେଖା । ଚଳଚ୍ଚିତ୍ରରେ ପାତ୍ରଲେଖାଙ୍କୁ ଭୂତୁଣିି ଭାବେ ଦେଖିବାକୁ ମିଳିଛି । କିଭଳି ଜଣେ ଭୂତ, ଡରେଇବା ବଦଳରେ ଅଭୟଙ୍କ ପ୍ରେମରେ ପଡେ ତାହାକୁ ନେଇ ଚଳଚ୍ଚିତ୍ର ନାନୁ କି ଜାନୁର କାହାଣୀ ଆଧାରିତ ହୋଇଛି । ଇନବକ୍ସ ପିକ୍ଚର୍ସ ବ୍ୟାନରରେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଫରାଜ୍ ହାଇଦର୍ । ଏହି କମେଡି ଫିଲ୍ମର କାହାଣୀ ଲଖିଛନ୍ତି ମନ୍ନୁ ରିଷି ଚଡ୍ଢା । ଫିଲ୍ମରେ ମନୁ ଋଷିଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । ସିନେମାରେ ବିଗ୍ ବସ୍ ଫେମ୍ ସପ୍ନା ଚୌଧୁରୀଙ୍କ ଆଇଟମ୍ ଡ୍ୟାନ୍ସ ବି ସ୍ଥାନ ପାଇଛି । ଯାହା ଫିଲ୍ମର ସେଲିଂ ପଏଂଟ୍ ସାବ୍ୟସ୍ତ ହୋଇପାରେ ।

ମୁକ୍ତିଲାଭ କରିଥିବା ଏହି ତିନୋଟି ଫିଲ୍ମ ଭିତରୁ କେଉଁ ସିନେମାକୁ ଅଡିଏନ୍ସ ବେଶି ପସନ୍ଦ କରୁଛନ୍ତି, ତାହା ବକ୍ସ ଅଫିସ୍ ରିପୋର୍ଟରୁ ହିଁ ଜଣା ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More