Only for Entertainment

ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କରିଛି ଗୋଟିଏ ହଲିଉଡ ଏବଂ ଦୁଇଟି ବଲିଉଡ ଫିଲ୍ମ

abp news
0 41

ଫିଲ୍ମ ଫ୍ରାଇଡେରେ ଭାରତୀୟ ବକ୍ସ ଅଫିସରେ ୩ଟି ଫିଲ୍ମ ରିଲିଜ ହୋଇଛି । ସେଗୁଡିକ ହେଉଛି ହଲିଉଡ ଫିଲ୍ମ ‘ଡେଡପୁଲ-୨’, ଏବଂ ଦୁଇଟି ବଲିଉଡ ଫିଲ୍ମ ‘ଅଙ୍ଗ୍ରେଜି ମେଁ କେହତେ ହେଁ’ ଏବଂ ‘ହାଇ ଜ୍ୟାକ୍’ ।

ଡେଡ୍ପୁଲ୍ – ୨
ସେପଟେ ଫ୍ରାଇଡେ ରିଲିଜ୍ରେ ପରଦାକୁ ଆସିଛି ହଲିଉଡ୍ ସୁପରହିରୋ ଫିଲ୍ମ ଡେଡ୍ପୁଲ୍ – ଟୁ । ଫିଲ୍ମରେ ରହିଛି ଜବରଦସ୍ତ ଆକ୍ସନ୍ ଆଉ ଭରପୁର କମେଡି । ମାର୍ଭେଲ୍ କମିକ୍ସର ଚରିତ୍ର ଡେଡପୁଲକୁ ନେଇ ଗତିଶୀଳ ହୋଇଛି ଚଳଚ୍ଚିତ୍ରର କାହାଣୀ । ୱେଡ୍ ୱିଲସନ୍, ଯିଏ କି ଡେଡପୁଲ୍ ଭାବେ ଲୋକପ୍ରିୟ ହୋଇଛି । ଯିଏ କି ଏକ ପିଲାକୁ କେବଲ୍ ନାମକ ସୋଲଜର୍ ଠାରୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରେ । କେବଲ୍ ଜଣେ ସୋଲଜର୍ ହୋଇଥିବାବେଳେ, ତା ପାଖରେ ବି ରହିଥାଏ କିଛି ଅଦ୍ଭୁତ ଶକ୍ତି । ଫିଲ୍ମର ହିନ୍ଦୀ ଭର୍ସନ ପାଇଁ ଡେଡପୁଲ୍ର କଣ୍ଠଦାନ କରିଛନ୍ତି ଅଭିନେତା ରଣବୀର ସିଂ । ଯାହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ଦେଖନ୍ତୁ ଟ୍ରେଲର…

ଅଙ୍ଗ୍ରେଜି ମେଁ କେହତେ ହେଁ
କମେଡି – ଡ୍ରାମା ଫିଲ୍ମ ‘ଅଙ୍ଗ୍ରେଜି ମେଁ କେହତେ ହେଁ’ ଆଜି ବକ୍ସ ଅଫିସରେ ରିଲିଜ ହୋଇଛି । ଫିଲ୍ମଟି ଏକ ବିବାହିତ କପଲଙ୍କ ପ୍ରେମକାହାଣୀକୁ ନେଇ ଗତିଶୀଳ ହୋଇଛି । ଏହାସହ ଭିନ୍ନ ଭିନ୍ନ ତିନୋଟି ପ୍ରେମ କାହାଣୀ ରହିଛି ଏହି ସିନେମାରେ । ଫିଲ୍ମରେ ସଂଜୟ ମିଶ୍ରା, ଏକାବଲି ଖନ୍ନା, ପଙ୍କଜ ତ୍ରିପାଠୀ, ଅଂସୁମାନ ଝା, ବ୍ରିଜେନ୍ଦ୍ର କାଲା ଏବଂ ଶୀବାନୀ ରଘୁବଂଶୀ ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିଛି । ଏହି ତମେଡି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ହରିଶ ବ୍ୟାସ ।

ଦେଖନ୍ତୁ ଟ୍ରେଲର…

ହାଇ ଜ୍ୟାକ୍
ସେହିପରି ବଲିଉଡ କମେଡି ଫିଲ୍ମ ‘ହାଇ ଜ୍ୟାକ୍’ ମଧ୍ୟ ଆଜି ବକ୍ସ ଅଫିସରେ ରିଲିଜ ହୋଇଛି । ଏକ ଜବରଦସ୍ତ କମେଡି କାହାଣୀକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଛି । ଏକ ପ୍ଲେନ୍ ହାଇ ଜ୍ୟାକ୍କୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ନିର୍ଦ୍ଦେଶକ ଆକର୍ଷ ଖୁରାନାଙ୍କ ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ସୁମିତ୍ ବ୍ୟାସ୍, ସୋନାଲି ସେହଗିଲ୍, ମନ୍ତ୍ରାମୁଗ୍ଧ ଆଦି କଳାକାର । ଫିଲ୍ମର ପ୍ରଯୋଜନା କରିଛନ୍ତି ଫ୍ୟାନଟମ୍ ଫିଲ୍ମସ୍ ।

ଦେଖନ୍ତୁ ଟ୍ରେଲର…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More