Only for Entertainment

ଫ୍ରାଇଡେ’ ରିଲିଜ: ‘ସୋନୁ କେ ଟିଟୁ କି ସୁଇଟି’କୁ ଟକ୍କର ଦେବ ‘ୱେଲକମ୍ ଟୁ ନ୍ୟୁୟର୍କ’

Koimoi
0 56

ଗତ ସପ୍ତାହରେ ଏକମାତ୍ର ଫିଲ୍ମ ଭାବେ ସିଦ୍ଦାର୍ଥ ମଲହେତ୍ରାଙ୍କ ‘ ଅୟାରୀ’ ରିଲିଜ ହୋଇଥିବା ବେଳେ ଚଳିତ ସପ୍ତାହରେ ଦୁଇଟି ଦିନ୍ଦୀ ଫିଲ୍ମ ପରଦାକୁ ଆସିଛି । ଫିଲ୍ମ ଫ୍ରାଇଡେ’ରେ ରିଲିଜ ହୋଇଛି ‘ପ୍ୟାର କା ପଞ୍ଚନାମା’ ନିର୍ମାତା ଲଭ ରଞ୍ଜନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୋନୁ କେ ଟିଟୁ କି ସୁଇଟି’ ଏବଂ ଚକ୍ରି ଟୋଲେଟିଙ୍କ ଥ୍ରୀଡି କମେଡି ଫିଲ୍ମ ‘ୱେଲକମ୍ ଟୁ ନ୍ୟୁୟର୍କ’ । ଦୁଇଟି ଯାକ କମେଡି ଫିଲ୍ମ ହୋଇଥିବା ବେଳେ କାହାକୁ ଦର୍ଶକ ଅଧିକ ପସନ୍ଦ କରିବେ ତାହା ୱିକେଣ୍ଡ ଶେଷରେ ହିଁ ଜଣାପଡିବ ।

ଭୂଷଣ କୁମାରଙ୍କ ପ୍ରଯୋଜିତ ଏବଂ ଲଭ ରଂଜନଙ୍କ ନିର୍ଦ୍ଦେଶିତ ‘ସୋନୁ କେ ଟିଟୁ କି ସୁଇଟି’ ଏକ ରୋମୀଣ୍ଟିକ କମେଡି ଫିଲ୍ମ । ଫିଲ୍ମର କାହାଣୀ ନିଜେ ଲଭ ରଂଜନ ଲେଖିଥିବା ବେଳେ ଏହାର ଲିଡ ରୋଲରେ ରହିଛନ୍ତି କାର୍ତ୍ତିକ ଆର୍ଯ୍ୟାନ, ଶନି ସିଂ ଓ ନୁସରତ୍ ଭାରୁଚ୍ଛା । ଏହା ବ୍ୟତୀତ ବିଭିନ୍ନ ଭୂମିକାରେ ଆଲୋକ ନାଥ, ଦୀପିକା ଅମିନ୍ , ଆୟେଶା ରାଜା, ବିରେନ୍ଦ୍ର ସକ୍ସେନା, ପବନ ଚେପ୍ରା ପ୍ରମୁଖ ନଜର ଆସିଛନ୍ତି । ଲଭ ରଂଜନଙ୍କ ସହିତ ୪ର୍ଥ ଥର ପାଇଁ ଏକାଠି କାମ କରିଛନ୍ତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଓ ନୁସରତ ଭାରୁଚ୍ଛା । ଜଣେ ଝିଅକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉପରେ ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଫିଲ୍ମର ଟ୍ରେଲରରୁ ଆରମ୍ଭକରି ଏହାର ମ୍ୟୁଜିକ ପର୍ଯ୍ୟନ୍ତ ସବୁକିଛିି ଜବରଦସ୍ତ ରହିଛି । ବିଶେଷକରି ‘ପ୍ୟାର କା ପଞ୍ଚନାମା’ ଭଳି ଯୁବ ଦର୍ଶକଙ୍କୁ ଟାର୍ଗେଟ କରି ଫିଲ୍ମ ନିର୍ମାଣ ହୋଇଥିବାରୁ ବକ୍ସ ଅଫିସରେ ପ୍ରଥମ ଦିନରେ ହିଁ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

ଅନ୍ୟପକ୍ଷରେ ରିଲିଜ ହେବାକୁ ଥିବା ଥ୍ରୀଡି କମେଡି ଫିଲ୍ମ ‘ୱେଲକମ ଟୁ ନ୍ୟୁୟର୍କ’ର ନିର୍ଦ୍ଦେଶନା ଚକ୍ରି ଟୋଲେଟି ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ବାସୁ ଭଗ୍ନାନୀ ଓ ଜ୍ୟାକି ଭଗ୍ନାନୀ । ଫିଲ୍ମର ପ୍ରମୁଖ ଭୂମିକାରେ ରହିଛନ୍ତି ସୋନାକ୍ଷୀ ସିହ୍ନା, ଦିଲଜିତ୍ ଦୋସାଞ୍ଝ, କରନ ଜୋହର, ରିତେଶ ଦେଶମୁଖ, ଲାରା ଦତ୍ତା, ବୋମାନ ଇରାନୀ । ଏକ ଭିନ୍ନ ସ୍ୱାଦର କାହାଣୀକୁ ନେଇ ପ୍ରସ୍ତୁତ ଏହି ଫିଲ୍ମରେ ଜଣେ ରିକଭରୀ ଏଜେଣ୍ଟ କିଭଳି ନୁୟର୍କରେ ହେଉଥିବା ଏକ ବଡ ବଲିଉଡ ଇଭେଣ୍ଟର ପ୍ରମୁଖ ଅଂଶ ପାଲଟୁଛନ୍ତି, ତାହା ଦେଖିବାକୁ ମିଳିବ ।

ଦୁଇଟି ଯାକ ଫିଲ୍ମ ସମାନ ସଂଖ୍ୟକ ସ୍କ୍ରିନ ଶେୟାର କରିଥିବା ବେଳେ ‘ସୋନୁ କେ ଟିଟୁ କି ସୁଇଟି’ ପ୍ରତିଯୋଗୀତାରେ ଆଗରେ ରହିବ ବୋଲି ସିନେକ୍ରିଟିକମାନେ ପୂର୍ବାନୁମାନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More