Only for Entertainment

ବଲିଉଡ୍ ବକ୍ସ ଅଫିସରେ ଜୋର୍ କା ଟକ୍କର୍, ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ତିନୋଟି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ।

48

ପରଦାକୁ ଆସିଲା ରୋମାଂଟିକ୍ – ଡ୍ରାମା ଚଳଚ୍ଚିତ୍ର ‘ପଲ୍ ପଲ୍ ଦିଲ୍ କେ ପାସ୍’ । ଏକ ଟ୍ରେକିଂ ଗାଇଡ୍ ଆଉ ତା’ର ଲଭ୍ ଲାଇଫକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । ଫିଲ୍ମରେ ଟ୍ରେକିଂ ଗାଇଡ୍ ଭାବେ ଅଭିନେତା କରଣ ଦେଓଲଙ୍କୁ ଦେଖିବାକୁ ମିଳିଛି । ଆଉ ସିନେମାରେ କରଣଙ୍କ ବିପକ୍ଷରେ ନାୟିକା ଭାବେ ନବାଗତା ସୁନ୍ଦରୀ ସେହେର୍ ବାମ୍ବାଙ୍କୁ ଦେଖିବାକୁ ମିଳିଛି । ଉଭୟ ଏହି ଫିଲ୍ମ ଜରିଆରେ ବଲିଉଡ୍ ପରଦାରେ ଡେବ୍ୟୁ କରିଛନ୍ତି । ସନ୍ନି ଦେଓଲ୍ ଓ ଜି ଷ୍ଟୁଡିଓଜର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିଜେ ସନ୍ନି ଦେଓଲ୍ । ଏହି ସିନେମା ଜରିଆରେ ସନ୍ନି ଦେଓଲ୍ ନିଜ ପୁଅ କରଣଙ୍କୁ ଲଂଚ୍ କରିଛନ୍ତି । ମନଛୁଆଁ ପ୍ରେମ କାହାଣୀ ସହ ଆକର୍ଷଣୀୟ ସଙ୍ଗୀତ ଏହି ସିନେମାରେ ଶୁଣିବାକୁ ମିଳିଛି । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗ୍ଚି ଓ ସାଚେତ୍ – ପରମ୍ପରା ।

ଅଭିନେତ ସଂଜୟ ଦତଙ୍କ ପ୍ରଯୋଜନାରେ ମୁକ୍ତିଲାଭ କଲା ପଲିଟିକାଲ୍ – ଥ୍ରୀଲର୍ ଫିଲ୍ମ ‘ପ୍ରସ୍ଥାନମ୍’ । ରାଜନୀତିକୁ ନେଇ କିପରି ଏକ ପରିବାର ହୋଇଯାଏ ବରବାଦ୍ ତାହାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଲ ହୋଇଛି । ବାପା ଆଗରେ ନିଜକୁ ଶ୍ରେଷ୍ଠ ଭାବେ ପରିଚିତ କରିବା ପାଇଁ ଦୁଇ ଭାଇ ହୋଇ ଯାଆନ୍ତି ପରସ୍ପରର ଶତ୍ରୁ । ସିନେମାରେ ସଂଜୟ ଦତ, ବାପା ଭୂମିକାରେ ଅଭିନୟ କରିଥିବାବେଳେ, ଏଥିରେ ତାଙ୍କ ଦୁଇ ପୁଅ ଭାବେ ଅଲ୍ଲି ଫଜଲ୍ ଓ ସତ୍ୟଜୀତ ଦୁବେଙ୍କୁ ଦେଖିବାକୁ ମିଳିଛି । ଏମାନଙ୍କ ବ୍ୟତୀତ ମନିଷା କ୍ୱେରେଲା, ଜ୍ୟାକି ଶ୍ରଫ୍, ଚଙ୍କି ପାଣ୍ଡେ, ଅମୈରା ଦସ୍ତୁର୍ ଆଦି କଳାକାର ଅନ୍ୟ ପ୍ରମୁଖ ଭୂମିକାରେ ଆସିଛନ୍ତି ନଜର । ସଂଜୟ ଦତ ଓ ମାନ୍ୟତା ଦତଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଦେବ୍ କଟ୍ଟା । କଳାକାରଙ୍କ ପ୍ରଭାବଶାଳୀ ଅଭିନୟ, ଉପଯୋଗୀ ନିର୍ଦ୍ଦେଶନା, ହେବି ଡାଏଲଗ୍ ଏବଂ ହାଇ ଭୋଲଟେଜ୍ ଆକ୍ସନ୍ ଏହି ସିନେମା ପାଇଁ ପ୍ଲସ୍ ପଏଂଟ୍ ସାବ୍ୟସ୍ତ ହୋଇଛି ।

ଏହି ୨ଟି ସିନେମା ବ୍ୟତୀତ କମେଡି – ଡ୍ରାମା ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର୍’ ଆସିଛି ପରଦାକୁ । ସିନେମାର କାହାଣୀ ଜୋୟା ନାମକ ଏକ ଝିଅକୁ ନେଇ ଗତିଶୀଳ ହୋଇଛି । ୧୯୮୩ ମସିହା ଭାରତ କ୍ରିକେଟ୍ ୱାର୍ଲ୍ଡ କପ୍ ଜିତିବା ଦିନ ହୋଇଥାଏ ଜୋୟାର ଜନ୍ମ । ଆଉ ଏଥିପାଇଁ ସେ ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ସାବ୍ୟସ୍ତ ହୁଏ ଲକି । କ୍ରିକେଟର୍ ମାନେ ଜୋୟାକୁ ଜୋୟା ଦେବୀବୋଲି ଭାବନ୍ତି । ଏହି ଭିତରେ ଦଳର କ୍ୟାପ୍ଟେନକୁ ଭଲ ପାଇ ବସେ ଜୋୟା । ଏମିତି ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ଦ ଜୋୟା ଫ୍ୟାକ୍ଟର୍’ରେ ଜୋୟା ଚରିତ୍ରରେ ଅଭିନେତ୍ରୀ ସୋନମ୍ କପୁରଙ୍କୁ ଦେଖିବାକୁ ମିଳିଛି । ସେହିପରି ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ନିଖିଲ୍ ଖୋଡା ଚରିତ୍ରରେ ନଜର ଆସିଛନ୍ତି ସାଉଥ୍ ଅଭିନେତା ଦଲକର୍ ସଲମାନ୍ । ଏମାନଙ୍କ ବ୍ୟତୀତ ସଂଜୟ କପୁର୍, ସିକନ୍ଦର୍ ଖେର୍, ଅଙ୍ଗଦ ବେଦି, ମନୁ ରିଷି ଆଦି କଳାକାରଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି । ଫକ୍ସ ଷ୍ଟାର୍ ଷ୍ଟୁଡିଓଜ୍ ବ୍ୟାନରରେ ନିର୍ମାଣ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ କପୁର୍ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ଶଙ୍କର-ଏହସାନ୍-ଲୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More