Only for Entertainment

ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ୪ଟି ଭିନ୍ନ ସ୍ୱାଦର ଫିଲ୍ମ

Koimoi
31

ପରଦାକୁ ଆସିଲା ୪ ଟି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର । ତାହା ହେଉଛି ଫଟୋଗ୍ରାଫ୍, ହାମିଦ୍ ମିଲନ୍ ଟକିସ୍ ଓ ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର୍ । ଏକ ଭିନ୍ନ ସ୍ୱାଦର ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ଫଟୋଗ୍ରାଫ୍ । ଯେଉଁଥିରେ ନୱାଜୁଦ୍ଦିନ୍ ସିଦ୍ଧିକି ଓ ସନାୟା ମଲହୋତ୍ରାଙ୍କୁ ଲିଡ୍ରୋଲ୍ରେ ଦେଖିବାକୁ ମିଳିଛି । ସେହିପରି ମଲିନ୍ ଟକିଜ୍ ଏକ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଯେଉଁଥିରେ ଅଲ୍ଲି ଫଜଲ୍ ଓ ଶ୍ରଦ୍ଧାଙ୍କୁ ଲିଡ୍ ରୋଲ୍ରେ ନଜର ଆସିଛନ୍ତି । ଅନ୍ୟପଟେ ସାମାଜିକ ସମସ୍ୟାକୁ ନେଇ ପରଦାକୁ ଆସିଛି ଅନ୍ୟ ଦୁଇଟି ସିନେମା ହାମିଦ୍ ଓ ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର୍ ।

ବଲିଉଡ୍ ବକ୍ସଅଫିସରେ ମୁକ୍ତିଲାଭ କରିଛି ଚଳଚ୍ଚିତ୍ର ଫଟୋଗ୍ରାଫ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ନୱାଜୁଦ୍ଧିନ୍ ସିଦ୍ଧିକି ଓ ସନାୟା ଇରାନୀଙ୍କୁ ଦେଖିବାକୁ ମିଳିଛି । ସିନେମାରେ ନୱାଜୁଦ୍ଧିନଙ୍କୁ ଜଣେ ଷ୍ଟ୍ରିଟ୍ ଫଟୋଗ୍ରାଫର୍ ରଫି ଚରିତ୍ରରେ ନଜର ଆସିଛନ୍ତି । ଯିଏ କି ମୁମ୍ବାଇରେ ରହେ । ଆଉ ସେଠାରେ ସେ ଟୁରିଷ୍ଟ ମାନଙ୍କ ଫଟୋ ଉଠାଏ । ଯେଉଁଠି ତାଙ୍କର ସାକ୍ଷାତ୍ ହୁଏ ଜଣେ ସିମ୍ପଲ୍ ଝିଅ ମିଲୋନି ସହ । ନିଜ ବୁଢି ଜେଜେ ମାଆଙ୍କ ଇଚ୍ଛାକୁ ପୁରଣ କରିବା ପାଇଁ ରଫି, ମିଲୋନିଙ୍କୁ ନିଜ ପ୍ରେମିକା ଭାବେ ଉପସ୍ଥାନ କରେ । ଦୁଇ ଜଣ ଅଚିହ୍ନା – ଅଜଣା ଲୋକଙ୍କ ଭିତରେ କିଭଳି ପ୍ରେମ ସମ୍ପର୍କ ଆରମ୍ଭ ହୁଏ ତାହାକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । ଆମାଜନ୍ ଷ୍ଟୁଡିଓଜ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମା ଅନେକ ଇଂଟର୍ନ୍ୟାସ୍ନାଲ୍ ଫେଷ୍ଟିବାଲ୍ରେ ସ୍କ୍ରିନିଂ ହୋଇ ସାରିଛି । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରିତେଶ ବାତ୍ରା ।

ପରଦାକୁ ଆସିଛି ଆକ୍ସନ୍ – ରୋମାଂଟିକ୍ ଫିଲ୍ମ ‘ମିଲନ୍ ଟକିଜ୍’ । ନାୟକ – ନାୟିକାଙ୍କ ଭିତରେ ପ୍ରେମ । ଆଉ ପରିବାର ଲୋକଙ୍କ ବିରୋଧ । ଏହାପରେ କିପରି ପ୍ରେମିକାକୁ ଧରି ଘରୁ ଫେରାର୍ ହୁଅନ୍ତି ପ୍ରେମିକ ତାହାକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । ଏକ ଭିନ୍ନ ସ୍ୱାଦର ପ୍ରେମକାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ମିଲନ୍ ଟକିଜରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ଅଲ୍ଲି ଫଜଲ୍, ଶ୍ରଦ୍ଧା ଶ୍ରୀନାଥ, ଆଷୁତୋଷ ରାଣା, ସଂଜୟ ମିଶ୍ରା, ରିଚ୍ଚା ସିହ୍ନା, ତିଗମାଂଶୁ ଧୂଲିଆ ଓ ସିକନ୍ଦର୍ ଖେର୍ ଆଦି କଳାକାର । ପି.ଏସ୍ ଚଟୱାଲ୍ଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ତିଙ୍ଗମାଂସୁ ଧୂଲିଆ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ରାନା ମଜୁମଦାର୍ ଓ ଅକୃତି କକ୍କର୍ ।

ସାମାଜିକ ସମସ୍ୟାକୁ ନେଇ ପ୍ରସ୍ତୁତ ହୋଇଥିବା ଫିଲ୍ମ ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର୍ ଏଥର ଫ୍ରାଇଡେ ରିଲିଜରେ ସାମିଲ୍ ହୋଇଛି । ଏକ ୮ ବର୍ଷର ବାଳକ କିପରି ନିଜର ସମସ୍ତ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପାଖକୁ ଚିଠି ଲେଖୁଛି ଆଉ ନିଜେ ଯାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ଚିଠି ଦେବା ପାଇଁ ମେହନତ କରୁଛି ତାହା ଦେଖିବାକୁ ମିଳିଛି ଏହି ସିନେମାରେ । ବାହାରେ ଶୌଚ, ନାରିଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଭଳି ଅନେକ ସମସ୍ୟାକୁ ଏହି ସିନେମାରେ ଗୁରୁତ୍ୱ ଦିଆଯାଇଛି । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରାକେଶ ଓମପ୍ରକାଶ ମେହରା ।

ଏହି ତିନୋଟି ସିନେମା ବ୍ୟତିତ ମୁକ୍ତିଲାଭ କରିଛି ଆଉ ଏକ ଫିଲ୍ମ ହାମିଦ୍ । ସିନେମାଟି କାଶ୍ମୀରର ପୃଷ୍ଠଭୂମି ଉପରେ ଗତିଶୀଳ ହୋଇଛି । କିପରି ଏକ ଛୋଟ ପିଲା ଭଗବାନଙ୍କୁ ସତ ମାନେ । ଏବଂ ତାଙ୍କୁ ଭାବି ଜଣେ ଯବାନଙ୍କ ସହ ଫୋନରେ କଥା ହୁଏ ତାହା ଦେଖିବାକୁ ମିଳିଛି ଏହି ଫିଲ୍ମରେ । କାଶ୍ମୀରରେ ଦେଖିବାକୁ ମିଳୁଥିବା ସମସ୍ୟା ଗୁଡିକୁ ଏହି ସିନେମାରେ ଗୁରୁତ୍ୱ ଦିଆ ଯାଇଛି । ବିକ୍ରମ ମେହରା, ସିଦ୍ଧାର୍ଥ ଆନନ୍ଦ କୁମାରଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଐଜାଜ୍ ଖାନ୍ ।

ପରଦାକୁ ଆଶିଥିବା ଏହି ୪ଟି ଫିଲ୍ମ ମଧ୍ୟରୁ ଅଡିଏନ୍ସ କାହାକୁ ବେଶି ପସନ୍ଦ କରିବେ ତାହା ଆଗାମୀ ଦିନରେ ଜଣା ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More