Only for Entertainment

ପୁଅ-ଝିଅ ଭଲ ବନ୍ଧୁ ହୋଇପାରିବେ ନାହିଁ, କାହିଁକି ଏପରି କହିଥାନ୍ତି ଲୋକେ ? ଜାଣନ୍ତୁ ଏହାର କାରଣ

google
133

ଜୀବନର ବନ୍ଧୁର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଥାଏ । କେବଳ ସାଙ୍ଗମାନଙ୍କ ପାଖରେ ହିଁ ଆମେ ନିଜର ଭାବନାକୁ ଖୋଲା ଖୋଲି ଭାବେ ପ୍ରକାଶ କରିପାରୁ । କିନ୍ତୁ ଯେ ପୁଅ-ଝିଅ ବନ୍ଧୁତା ବିଷୟରେ କଥା ଆସେ ତେବ ପ୍ରତ୍ୟେକ ଗୋଟିଏ କଥା ହିଁ କହିଥାନ୍ତି, ‘ଗୋଟିଏ ପୁଅ-ଝିଅ କେବେ ଭଲ ସାଙ୍ଗ ହୋଇପାରିବେ ନାହିଁ ।’ ତେବେ ଆପଣ କେବେ ଭାବିଛନ୍ତି କି ଲୋକେ ଏପରି କହିଁକି କୁହନ୍ତି ? ଆସନ୍ତୁ ଜାଣିବା ଏହାର କିଛି କାରଣ

ସମାଜର ଚିନ୍ତାଧାରା-
ଆମେ ଏକବିଂଶ ଶତାବ୍ଦୀରେ ରହି ମଧ୍ୟରେ ପୁଅ-ଝିଅର ବନ୍ଧୁତାକୁ ନେଇ ପୁରୁଣା ଚିନ୍ତାଧାରା ରଖିଆସୁଛେ । ନିଜର ଏହି ଭାବନାକୁ ଲୋକେ ଆଧୁନିକ ଯୁଗରେ ମଧ୍ୟ ପରିବର୍ତ୍ତନ କରିବାକୁ ଚାହୁଁନାହାଁନ୍ତି । ଯେବେ ବି ପୁଇ-ଝିଅ ଏକାଠି ବୁଲିଥାନ୍ତି, ଖାଇଥାନ୍ତି ଲୋକେ ସେମାନଙ୍କୁ କପଲ ବୋଲି ଭାବିଥାନ୍ତି ।

ଆପଣଙ୍କ ମଧ୍ୟରେ ଇର୍ଷା ଭାବନା ଆସିବା-
ଯଦି ପୁଅ-ଝିଅ ପରସ୍ପରର ଭଲ ବନ୍ଧୁ ହୋଇଥିବେ ଏବଂ ଦୁହିଁଙ୍କ ମଧ୍ୟରୁ କେହି ଯଦି କାହାକୁ ଡେଟ କରେ ତେବେ ଅନ୍ୟ ଜଣଙ୍କ ମନରେ ଇର୍ଷା ଭାବନା ସୃଷ୍ଟି ହୋଇଥାଏ । ଏହା ସେଥିପାଇଁ ନୁହେଁ ଯେ ସେ ଡେଟ କରୁଛି ବରଂ ଏହା ଦ୍ୱାରା ଫ୍ରେଣ୍ଡସିପରେ ଫରକ ଆସିଥାଏ ।

ବାପା-ମାଙ୍କ ମନରେ ବିବାହ କଥା ଆସିଥାଏ-
ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଭଲ ସାଙ୍ଗ ହୋଇଥିଲେ ବି ବାପା ମାଙ୍କ ମନରେ ବିବାହ କଥା ଆସିଥାଏ । ସେମାନେ ଭାବୁଥାନ୍ତି ଦୁହେଁ ପରସ୍ପରକୁ ବିବାହ କରିବାକୁ ଚାହାଁନ୍ତି ।

ଆପଣ ଫିଲ୍ମରେ ଦେଖିଥିବେ ଯେ, ପ୍ରେମର ଆରମ୍ଭ ବନ୍ଧୁତାରୁ ହିଁ ହୋଇଥାଏ । ଏବଂ ଶେଷରେ ଦୁହେଁ ପରସ୍ପରକୁ ବିବାହ କରିଥାନ୍ତି । ଏହା ମଧ୍ୟ ଏକ କାରଣ ଯେ ଲୋକେ ଭାବିଥାନ୍ତି ପୁଅ-ଝିଅ ପରସ୍ପରର ବନ୍ଧୁ ହୋଇପାରିବେ ନାହିଁ ।
ଏହାକୁ ନେଇ ଆପଣ କ’ଣ ଭାବୁଛନ୍ତି କମେଣ୍ଟ ବକ୍ସରେ ଜଣାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More