Only for Entertainment

ପ୍ରତ୍ୟହ ଖାଆନ୍ତୁ ଆତ, ଭରି ରହିଛି ଅନେକ ପ୍ରୋଟିନ ।

wikipedia.org
0 45

ସାଧାରଣତଃ ଗାଁ ଗହଳିର ବାଡ଼ି ବଗିଚାରେ ପ୍ରଚୁର ଭାବେ ଦେଖିବାକୁ ମିଳିଥାଏ ଆତ । ଉପରକୁ ଏହା କଠୋର ଦେଖାଯାଉଥିଲେ ମଧ୍ୟ ଏହା ବେଶ୍‌ କୋମଳ ଓ ସ୍ବାଦିଷ୍ଟ । ଆତରେ ସ୍ବାସ୍ଥ୍ୟ ଉପଯୋଗୀ ଅନେକ ପୁଷ୍ଟିକର ତତ୍ତ୍ୱ-କ୍ୟାଲସିୟମ୍‌, ମାଗ୍ନେସିୟମ୍‌, ଫାଇବର ଆଦି ଭରପୂର ମାତ୍ରାରେ ରହିିଥାଏ। ଏହା ବଡ଼ ଧରଣର ରୋଗରୁ ରକ୍ଷା କରିଥାଏ।

ଯେପରିକି:

  • ଆତରେ ଥିବା ପୋଟାସିୟମ, ମାଗ୍ନେଶିୟମ ହୃଦୟଜନିତ ରୋଗରୁ ରକ୍ଷା କରିଥାଏ। ଏଥିପାଇଁ ହୃଦ୍‌ରୋଗୀମାନେ ନିୟମିତ ଭାବେ ଏହାକୁ ସେବନ କରିବା ଉଚିତ।
  • ଏଥିରେ ଥିବା ଭିଟାମିନ ଏ, ଭିଟାମିନ ସି ଏବଂ ରାଇବୋଫ୍ଲୋବିନ ଦୃଷ୍ଟିଶକ୍ତି ବୃଦ୍ଧି କରିଥାଏ।
  • ଏଥିରେ ପର୍ୟ୍ୟାପ୍ତ ମାତ୍ରାରେ ଭିଟାମିନ ବି-୬ ଥାଏ। ଏଥିପାଇଁ ଏହାକୁ ଆଜ୍‌ମା ରୋଗୀ ସେବନ କରିବା ଉଚିତ।
  • ଆତରେ କପର୍‌ ବା ତମ୍ବା, ଆଇରନ ଥାଏ। ତେଣୁ ଏହାକୁ ଗର୍ଭବତୀ ମହିଳା ସେବନ କରିବା ଉଚିତ। ଏହାଦ୍ୱାରା ଗର୍ଭାବସ୍ଥାରେ ଉପୁଜୁଥିବା ସମସ୍ୟା ଗୁଡିକୁ କମ୍‌ କରାଯାଇପାରିବ।
  • ଆତରେ ଥିବା ଫାଇବର ପାଚନ କ୍ରିୟା ତ୍ୱରାନ୍ବିତ କରିବା ଦ୍ୱାରା କବ୍ଜଜନିତ ସମସ୍ୟାରୁ ରକ୍ଷା ମିଳିଥାଏ।
  • ଏଥିରେ ଥିବା ଆଇରନ ଏବଂ କପର୍‌ ଶରୀରରେ ରକ୍ତହୀନତାକୁ ଦୂର କରିବାରେ ବେଶ୍‌ ଲାଭଦାୟକ।
  • ରକ୍ତଚାପ ଓ ରକ୍ତସର୍କରା(ଡାଇବେଟିସ୍‌) ରୋଗୀଙ୍କ ପାଇଁ ଉପଯୋଗୀ।
  • ଏଥିରେ ଥିବା ଭିଟାମିନ ବି-୬ ଓ ଆଣ୍ଟି-ଅକ୍ସିଡାଣ୍ଟ ସ୍ମୃତିଶକ୍ତି ପ୍ରଖର କରିବା ସହ ଚିନ୍ତାମୁକ୍ତ କରିବାରେ ବେଶ୍‌ ସହାୟକ ହୋଇଥାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More