ପ୍ରଶଂସକଙ୍କ ଆଖିରେ ଲୁହ ଦେଇ ପଂଚତତ୍ତ୍ୱରେ ବିଲୀନ ହେଲେ ରୂପର ରାଣୀ ଶ୍ରୀଦେବୀ ।
ଦେଶର ପ୍ରଥମ ଫିମେଲ ସୁପରଷ୍ଟାର ଶ୍ରୀଦେବୀଙ୍କ ପାର୍ଥିବ ଶରୀର ପଂଚତତ୍ତ୍ୱରେ ବିଲୀନ ହୋଇଯାଇଛି । ମୁମ୍ବାଇର ବିଲେ ପାର୍ଲେ ସେବା ସମାଜ ଶବଦାହ ଗୃହରେ ତାଙ୍କର ଦାହ ସଂସ୍କାର ହୋଇସାରିଛି । ମୁଖାଗ୍ନି ଦେଇଛନ୍ତି ତାଙ୍କ ପତି ବୋନି କପୁର । ସମଗ୍ର ଦେଶ ଲୁହ ଭରା ଆଖିରେ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ।
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତା ଶ୍ରୀଦେବୀଙ୍କ ପ୍ରକୃତ ନାମ ଥିଲା ଅମ୍ମା ୟାଙ୍ଗର ଅମ୍ମାପନ । ତାଙ୍କୁ ଲମହା,ଚାନ୍ଦିନୀ,ମିଷ୍ଟର ଇଣ୍ଡିଆ,ଚାଲବାଜ,ନଗିନା ଓ ସଦମା ଭଳି ହିଟ ଫିଲ୍ମରେ ମନେ ପକାଇବେ ଦର୍ଶକ ।
୪ ବର୍ଷ ବୟସରେ ଫିଲ୍ମରେ କ୍ୟାରଅର ଆରମ୍ଭ କରି କୋଟି କୋଟି ଦର୍ଶକଙ୍କ ହୃଦୟକୁ ଜିତି ପାରିଥିଲେ । ଏହାପରେ ୯୦ ଦଶକରେ ୧୫ ବର୍ଷ ପାଇଁ ଇଣ୍ଡଷ୍ଟ୍ରିରୁ ବ୍ରେକ ନେଇଥିଲେ ସ ଫିଲ୍ମ ଇଂଗଲିସ ବିଙ୍ଗଲିସ ମାଧ୍ୟମରେ ରୂପେଲି ପରଦାକୁ ଫେରିଥିଲେ ।
ଶ୍ରୀଦେବୀଙ୍କ ଦେଶରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । କୋଟି କୋଟି ପ୍ରଶଂସକଙ୍କ ଆଖିରେ ଲୁହ ଦେଇ ଆରପାରିକୁ ଚାଲି ଯାଇଛନ୍ତି ରୁପର ଚାନ୍ଦିନୀ । ହୁଏତ ସେ ଆଜି ପଂଚତତ୍ତ୍ୱରେ ବିଲୀନ ହୋଇଯାଇଛନ୍ତି,କିନ୍ତୁ ସବୁଦିନ ପାଇଁ ସେ ଦର୍ଶକଙ୍କ ହୃଦୟରେ ସେ ଜୀବିତ ରହିବେ ।