Only for Entertainment

ଯେତେବେଳେ ଏହି ଅଭିନେତା ନାଗିନଙ୍କୁ ଉଠାଇ କରିବାକୁ ଲାଗିଲେ ୱାର୍କଆଉଟ ।

aajtak
0 47

କଲର୍ସର ନୂଆ ସୋ’ପରଦାକୁ ଖୁବ ଶୀଘ୍ର ଆସିବାକୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଲାଣି । ସୋ’ର ସମସ୍ତ କଳାକାର ଏବେ ଏହି ସିରିଅଲର ପ୍ରମୋସନରେ ଫୁଲ ଜୋଶରେ ଲାଗି ପଡିଛନ୍ତି । ସୋ’ପୂର୍ବରୁ ହିଁ ଷ୍ଟାର ମାନେ ଦର୍ଶକମାନଙ୍କୁ ଏଂଟରଟେନ କରିବାକୁ ଲାଗି ପଡିଲେଣି । ସୋ’ର ଏକ ପ୍ରେସ କନଫରେନ୍ସ ଜରିଆରେ ନାଗିନ ଭୂମିକାରେ ତୁଲାଉଥିବା ହସନନ୍ଦାନୀ ଏବଂ ସୁରଭି ଜ୍ୟୋତିଙ୍କ କିଛି ଏଭଳି ହୋଇଛି ଯେ ଦୁହେଁ ଖୁସିରେ ଚିତ୍କାର କରିଥିଲେ ।

କଥା ହେଉଛି, ନାଗିନ୩ର ପ୍ରମୋସନ ପାଇଁ ପହଂଚି ଥିବା ଏହି ସୋ’ର ଟିମ ଟ୍ରୁଥ ଅ୍ଧତ୍ପ ଡେୟାର ଖେଳିବା ପାଇଁ ମନସ୍ତ କରିଥିଲେ । ଏହି ମଉକାରେ ନାଗୀନ୩ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ନାୟକ ଡେୟାର ପାଇଁ ଏକ ବଡ ବାଜି ମାରିଥିଲେ । ଡେୟାର ଏହା କି ଅଭିନେତ୍ରୀ ଅନିତା ଏବଂ ସୁରଭିଙ୍କୁ ଏକା ସହ ଉଠାଇବା । ପର୍ଲ ପୁରି ଏହା କରିବା ପାଇଁ ରାଜି ହୋଇଯାଇଥିଲେ ଏବଂ ଦୁହିଁଙ୍କୁ କାନ୍ଧରେ ଉଠାଇଥିଲେ । ଦେଖନ୍ତୁ ଭିଡିଓ –


ଏହା ଦେଖି ସେଠାରେ ଉପସ୍ଥିତ ଥିବା ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଥମେ ଏଭଳି ଦେଖି ଦୁଇ ଅଭିନେତ୍ରୀ ଡରି ଯାଇଥିଲେ ସତ ମାତ୍ର ଯେତେବେଳେ ପର୍ଲ ଭଲଭାବେ ଲିଫ୍ଟ କରିଥିଲେ ସେହି ମୂହୁର୍ତ୍ତକୁ ଦୁହେଁ ମନଭରି ଉପଭୋଗ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More