Only for Entertainment

ମିଠାରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଗାଜର ହାଲୱା

YouTube
0 49

ସାମଗ୍ରୀ: ଗାଜର, ଘିଅ, ଚିନି, କାଜୁ, କିସ୍‌ମିସ୍‌, ଗୁଜୁରାତି,ଚିନି

ପ୍ରସ୍ତୁତି ପ୍ରଣାଳୀ:– ପ୍ରଥମେ ଗାଜରର ଚୋପା ଛଡ଼ାଇ ତାକୁ ସରୁ ସରୁ କରି କାଟିଦିଅନ୍ତୁ। ତାର ରସକୁ ଚିପୁଡ଼ି ଗୋଟିଏ ପାତ୍ରରେ ଅଲଗା କରି ରଖନ୍ତୁ। ଏବେ ଗୋଟିଏ କଡ଼େଇ ମଧ୍ୟମ ଆଞ୍ଚରେ ବସାନ୍ତୁ , ସେଥିରେ ଘିଅ , ଗୁଜୁରାତି ପକାଇ ୧ ମିନିଟ ଗରମ କରନ୍ତୁ। ସେଥିରେ ଗାଜର ପକାଇ ୧୦ ମିନିଟ ଭାଜନ୍ତୁ। ତାପରେ ସେଥିରେ ଗାଜରର ରସକୁ ପକାଇ ଦିଅନ୍ତୁ। ଆଉ ଗୋଟିଏ ଜାଗାରେ କ୍ଷୀରକୁ ୧୫ ମିନିଟ ପାଇଁ ଗରମ କରନ୍ତୁ। ପରେ କ୍ଷୀରକୁ ଗାଜର ସହ ମିଶାଇ ଦିଅନ୍ତୁ , ସ୍ଵାଦ ଅନୁସାରେ  ଚିନି ପକାଇଦିଅନ୍ତୁ ଏବଂ ଭଲରେ ଗୋଳାଇ ୫ ମିନିଟ ପାଇଁ ସିଝିବା ପାଇଁ ଛାଡ଼ିଦିଅନ୍ତୁ। ଆଉ ଏକ କଡ଼େଇକୁ ମଧ୍ୟମ ଆଞ୍ଚରେ ବସାଇ ୨ ଚାମଚ ଘିଅ ପକାନ୍ତୁ ଓ ସେଥିରେ କାଜୁ ଓ କିସମିସକୁ ପକାଇ ଭଲରେ ୨ ମିନିଟ ପାଇଁ ଭାଜି ଦିଅନ୍ତୁ। ଏବେ କାଜୁ ଓ କିସମିସକୁ ଗାଜରରେ ମିଶାଇ ଗୋଟିଏ ପାତ୍ରରେ ବାହାର କରିଦିଅନ୍ତୁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More