Only for Entertainment

ୱାଣ୍ଡର ୱେମନଙ୍କ ପରେ ଗେଲ ଗ୍ୟାଡୋଟ ନଜର ଆସିବେ ଥ୍ରିଲର ଡ୍ରାମା ଫିଲ୍ମ ‘ଡେଥ ଅନ ଦ ନୀଲେ’ ରେ !

34

ଜଷ୍ଟିସ ଲିଗ’ , ବ୍ୟାଟମ୍ୟାନ vs ସୁପରମ୍ୟାନ ଏବଂ ୱାଣ୍ଡର ଓମେନ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିବା ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଗେଲ ଗ୍ୟାଡୋଟ ପୁଣି ଥରେ ନିଆରା ଅନ୍ଦାଜରେ ନଜର ଆସିବେ । ମିଡିଆରେ ଆସିଥିବା ଖବର ମୁତାବକ ଗେଲ ନିକଟରେ ଉପନ୍ୟାସ ଉପରେ ଆଧାରିତ ଏକ ଫିଲ୍ମରେ ସାଇନ କରିଛନ୍ତି । ତାଙ୍କର ଏହି ଫିଲ୍ମର ନାଁ ରହିଛି ‘ଡେଥ ଅନ ଦ ନୀଲେ’ । ଏହି ଫିଲ୍ମ ପୂର୍ବ ବର୍ଷ ଆସିଥିବା ‘ମର୍ଡର ଅନ ଦ ଓରିଏଂଟ ଏକ୍ସପ୍ରେସ’ର ସିକ୍ୱେଲ ଅଟେ । ଥ୍ରିଲର ଡ୍ରାମାରେ ଭରପୂର ଥିବା ଏହି ଫିଲ୍ମକୁ ସମସ୍ତେ ଖୁବ ପସନ୍ଦ କରିଥିଲେ ।

ଗେଲ ଗ୍ୟାଡୋଟଙ୍କ ଏହି ଫିଲ୍ମ ‘ଡେଥ ଅନ ଦ ନୀଲେ’ ଆଗକୁ କାହାଣୀ ବତାଇବ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି କେନେଇ ବ୍ରେନେଘ । ଖାସ କଥ।। ହେଉଛି ଏହି ଫିଲ୍ମରେ ମାଷ୍ଟର ଡିଟେକ୍ଟିଭ, ହକ୍ରେୁ୍ୟଲେ ପାୟରଟ ଭୂମିକାରେ ନଜର ଆସିବେ । ଏହା ଅଗଥା କ୍ରିଷ୍ଟୀଙ୍କ ଡିଟେକ୍ଟିଭ ଉପନ୍ୟାସ ‘ଡେଡ ଅନ ଦ ନୀଲେ’୧୯୩୭ରେ ପ୍ରଥମ ଥର ପ୍ରକାଶିତ ହୋଇଥିଲା ।

 

View this post on Instagram

 

Loved working with @mario_sorrenti for this @revlon campaign! ?

A post shared by Gal Gadot (@gal_gadot) on

ଏଠାରେ ଯଦି ଆମେ କାହାଣୀ ସମ୍ପର୍କରେ କହିବା ତେବେ ମୁଖ୍ୟ ଭୂମିକା ଏକ ଛୁଟି ବିତାଇବା ଲାଗି ଯାଇଥିଲେ ଏବଂ ସେଠାରେ ସେ ଏକ ତ୍ରିକୋଣ ପ୍ରେମରେ ପଡି ଯାଇଛନ୍ତି । ଏହି କାରଣରୁ ହତ୍ୟା ହେବାକୁ ଲାଗିଲା । ଏହାପରେ ଫିଲ୍ମରେ ଅନେକ ବାଧାବିଘ୍ନ ଦେଖିବାକୁ ମିଳିବ । ଏହି ପ୍ରୋଜେକ୍ଟ ବ୍ୟତୀତ ଗେଲ ଗ୍ୟାଡୋଟ ‘ୱାଣ୍ଡର ୱେମନ ୧୯୮୪’ର ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More