Only for Entertainment

ସାମ୍ନାକୁ ଆସିଲା ‘ଗେମ ଅଫ ଥ୍ରୋନ୍ସ’ର ଟ୍ରେଲର, ଏହି ଦିନରେ ହେବ ଅନ ଏୟାର !

28

ଟିଭି ଚ୍ୟାନେଲ ଏଚବିଓର ପ୍ରସିଦ୍ଧ ଡ୍ରାମା ସିରିଜ ‘ଗେମ ଅଫ ଥ୍ରୋନ୍ସ’ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଏବେ ପର୍ଯ୍ୟନ୍ତ ଏହି ସିରିଜର ୭ଟି ସିଜନ ପ୍ରସାରିତ ହୋଇ ସାରିଲାଣି । ‘ଗେମ ଅପ ଥ୍ରୋନ୍ସ’ର ସମସ୍ତ ସିଜନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏବେ ଗେମ ଅଫ ଥ୍ରୋନ୍ସର ଶେଷ ସିଜନର ଟ୍ରେଲର ରିଲିଜ ହୋଇଛି । ଫ୍ୟାନ୍ସଙ୍କୁ ଏହାର ଅନେକ ଦିନରୁ ଅପେକ୍ଷା ରହିଥିଲା ।

ଏହାପୂର୍ବରୁ ୧୬ଟି ଫଟୋ ରିଲିଜ ହୋଇଥିଲା । ଏହି ଫଟୋକୁ ମାଗାଜିନ ଏଂଟରଟେନମେଂଟ ୱିକଲି ରିଲିଜ କରିଥିଲା । ନିର୍ଦ୍ଦେଶକ ଡେବିଡ ନଟର ଶୋ’ ବିଷୟରେ କହିଛନ୍ତି ଯେ ଫ୍ୟାନ ମାନେ ନିରାଶ ହେବେ ନାହିଁ ।

ତେବେ ‘ଗେମ ଅଫ ଥ୍ରୋନ୍ସ’ର ୮ମ ଏବଂ ଶେଷ ସିଜନ ୧୪ଅପ୍ରେଲରେ ରିଲିଜ ହେବ । ସିରିଜର ସିଜନ ୮ରେ ୬ଟି ଏପିସୋଡ ରହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More