‘ଗେମ ଓଭର’ର ସେଟରେ ଗମ୍ଭୀର ଭାବେ ଆହତ ହେଲେ ତାପସୀ ପନ୍ନୁ, ଫଟୋ ସେୟାର କରି ପ୍ରକାଶ କଲେ ଦୁଃଖ
ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଖୁବ ଶୀଘ୍ର ଫିଲ୍ମ ‘ଗେମ ଓଭର’ରେ ନଜର ଆସିବେ । ଏହି ଫିଲ୍ମରେ ସେ ଜଣେ ଭିଡିଓ ଗେମ ପ୍ରେଗ୍ରାମର ଭୂମିକାରେ ନଜର ଆସିବେ । କିଛି ଘଣ୍ଟା ପୂର୍ବେ ତାପସୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ତାପସୀଙ୍କ ହାତରେ ଗମ୍ଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଏହା ସହିତ ତାଙ୍କର ଦୁଇଟି ଗୋଡରେ ପ୍ଲାଷ୍ଟର ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି ।
ଫଟୋ ସେୟାର କରି ତାପସୀ କ୍ୟାପସନରେ ଲେଖିଛନ୍ତି- ‘ହଁ ହଁ ବରଫ ଆଛାଦିତ ପାହାଡରେ ସିଫନ ସାଢୀ ପିନ୍ଧୀ ୨୫ ଦିନ କାମ କରିବା ସତରେ ବଡ କଷ୍ଟକର । ସେଥିପାଇଁ ମୁଁ ଏହାକୁ ଚୟନ କଲି ।’
Yes yes, chiffon sarees in snow capped mountains for 25 days would’ve been tougher… so I choose all this ??♀️#GameOver #ActorsLife pic.twitter.com/wypIZXjHNy
— taapsee pannu (@taapsee) June 9, 2019
ଏହି ଫଟୋ ଦେଖିବା ପରେ ତାପସୀଙ୍କ ଫ୍ୟାନ୍ସ ଖୁବ ଚିନ୍ତିତ ହୋଇଯାଇଛନ୍ତି । ଏହା ସହିତ ତାପସୀ ଶୀଘ୍ର ଠିକ ହେବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ।
ଫିଲ୍ମ ‘ଗେମ ଓଭର’ ବିଷୟରେ କହିବାକୁ ଗଲେ ଫିଲ୍ମରେ ତାପସୀ ଲିଡ ରୋଲରେ ନଜର ଆସିବେ । ଫିଲ୍ମ ଭାରତରେ ହିନ୍ଦୀ, ତେଲଗୁ ଓ ତାମିଲ ଭାଷାରେ ରିଲିଜ ହେବ । ନିକଟରେ ଏକ ଇଣ୍ଟରଭ୍ୟୁରେ ତାପସୀ କହିଥିଲେ ଫିଲ୍ମ ପାଇଁ ସେ ୨୫ ଦିନ ହ୍ୱିଲ ଚେୟାରରେ ବିତାଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆଶ୍ୱିନ ସରବନନ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଏହା ଦର୍ଶକଙ୍କ ଖୁବ ପସନ୍ଦ ମଧ୍ୟ ଆସିଥିଲା । ଫିଲ୍ମ ୧୪ ଜୁନରେ ରିଲିଜ ହେବ ।