Only for Entertainment

୧୫କିଲୋ ଓଜନ କଷ୍ଟ୍ୟୁମରେ ମୁଜରା କରୁଥିବାର ନଜର ଆସିବେ ଅଭିନେତ୍ରୀ ଗୌହର ଖାନ ।

Life n' Lesson
0 39

ଫିଲ୍ମ ଅଭିନେତ୍ରୀ ଗୌହର ଖାନ ଖୁବ ଶୀଘ୍ର ପରଦାକୁ ଫେରୁଛନ୍ତି । ଏଥର ଗୌହର ଖାନ ଏକ ସ୍ପେଶାଲ ଡାନ୍ସ ନମ୍ବରରେ ନଜର ଆସିବେ, ଯେଉଁ କାରଣରୁ ଏବେ ତ୍ରାୁ ଏଥିପାଇଁ ଖୁବ ପରିଶ୍ରମ କରିବାକୁ ପଡୁଛି । କଥା ହେଉଛି ଗୌହର ଯେଉଁ ସ୍ପେଶାଲ ନମ୍ବରରେ ନଜର ଆସିବାକୁ ଯାଉଛନ୍ତି ସେ ମୁଜରା ଡାନ୍ସ କରୁଥିବାର ନଜର ଆସିବେ । ଏହି ଗୀତର ଷ୍ଟେପ୍ସ ପାଇଁ ଗୌହର ଖାନ ଯେତିକି ପରିଶ୍ରମ କରୁଛନ୍ତି ତାଠାରୁ ଅଧିକ ଗହଣା ଏବଂ ପୋଷାକ କାରଣରୁ ଝାଳ ବାହାରୁଛି ।

ଏକ ରିପୋର୍ଟ ମୁତାବିକ ଏହି ଗୀତରେ ଗୌହର ୧୨କିଲୋ ଏବଂ ୩କିଲୋ ଗହଣା ପିନ୍ଧି ଡାନ୍ସ କରିବେ । ଗୀତକୁ ସରୋଜ ଖାନ କୋରିଓଗ୍ରାଫି କରୁଛନ୍ତି । ଓଜନିଆ କଷ୍ଟ୍ୟୁମ ପିନ୍ଧି ଡାନ୍ସ କରିବା ବହୁତ କଷ୍ଟକର ଅଟେ ବୋଲି ଗୌହର କହିଛନ୍ତି ।

ଗୌହରଙ୍କ ପାଇଁ ପ୍ରଥମ ମଉକା ଯେଉଁଥିରେ ଏତେ ଓଜନିଆ ଗହଣା ଏବଂ ପୋଷାକ ପରିଧାନ କରିଛନ୍ତି । ଯଦିଓ ବଲିଉଡରେ ଏହି ଟ୍ରେଣ୍ଡ ଖୁବ ପୁରୁଣା ମାତ୍ର ଦେବଦାସରେ ମାଧୁରୀ ମଧ୍ୟ ଓଜନିଆ ଲେହେଙ୍ଗା ପିନ୍ଧି ଡାନ୍ସ କରିଥିଲେ ଏବଂ ଗତ କିଛି ଦିନ ତଳେ ରିଲିଜ ହୋଇଥିବା ପଦ୍ମାବତରେ ମଧ୍ୟ ଦୀପିକା ଓଜନିଆ ପୋଷାକ ପିନ୍ଧି ଡ୍ୟାନ୍ସ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More