Only for Entertainment

ପାରସଙ୍କ ପାଇଁ ଭାଙ୍ଗିଗଲା ଗୌହରଙ୍କ ହୃଦୟ, ଜନାନୀ ଶବ୍ଦ ପାଇଁ ନେଲେ କ୍ଲାସ

youtube
16

ଟିଭିର ରିଆଲିଟି ଶୋ ବିଗବସ ୧୩ରେ ଝଗଡ଼ାର ସ୍ତର ଖୁବ ଉପରକୁ ଉଠି ସାରିଛି । ତେବେ ଏହା ପ୍ରଥମ ଥର ନୁହେଁ ସବୁଥର ଭଳି ଏହିଥର ମଧ୍ୟ ଶୋ’ରେ ଗ୍ରୁପିଜିମ ନଜର ଆସିଛି । ନିକଟରେ ହୋଇଥିବା ଏପିସୋଡରେ ଆସୀମ, ସିଦ୍ଧାର୍ଥ, ପାରସ ଓ ଆରହନ ମଧ୍ୟରେ ଝଗଡ଼ା ହେଲା । ଯେଉଁଥିରେ ପାରସ ସିଦ୍ଧାର୍ଥଙ୍କୁ ଏଭଳି କିଛି ଶବ୍ଦ ବ୍ୟବହାର କରିଛନ୍ତି ଯେଉଁଥିରେ ରାଗି ଯାଇଛନ୍ତିି ସେଲିବ୍ରେଟୀ ଗୌହର ଖାନ୍ ।

ବାସ୍ତବରେ ଶୋ’ରେ ପାରସ ଓ ମାହିରା ସିଦ୍ଧାର୍ଥଙ୍କୁ ୪୦ ବର୍ଷର ବୁଢା କହି ଅପମାନିତ କରିଛନ୍ତି । ଏହା ସହିତ ସ୍ତ୍ରୀ ଲୋକଙ୍କ ଭଳି ଗପୁଛ ଏବଂ ତାଳି ମାର ବୋଲି ବିଭିନ୍ନ ଖରାପ କଥା କହିଛନ୍ତି । ଯାହା ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ଉପରେ ଏକ ସଂପୂର୍ଣ୍ଣ ଖରାପ ମତ । ଏହି କାରଣରୁ ପାରସଙ୍କୁ ପ୍ରତିଯୋଗୀ ଭାବରେ ପସନ୍ଦ କରୁଥିବା ଗୌହରଙ୍କ ହୃଦୟ ଭାଙ୍ଗି ଯାଇଛି ଏବଂ ସେ ଟ୍ୱିଟରରେ ଏହା ଶେୟାର କରି ପାରସଙ୍କର ଖୁବ କ୍ଲାସ ନେଇଛନ୍ତି ।

କହିରଖୁଛୁ ଶୋ’ରେ ସିଦ୍ଧାର୍ଥ ଶୁକ୍ଳାଙ୍କୁ ପ୍ରତିଯୋଗୀ ଭାବରେ ସମସ୍ତେ ପସନ୍ଦ କରୁଛନ୍ତି, କିନ୍ତୁ ତାଙ୍କର ସାମାନ୍ୟ ଆଗ୍ରେସନ ତାଙ୍କୁ ବିଦପରେ ପକାଇ ଦେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More