Only for Entertainment

ଖରାପ ଗ୍ରହ ପ୍ରଭାବରୁ ରକ୍ଷା କରେ ମୋତି, ଏହି ରାଶିର ବ୍ୟକ୍ତି ଧାରଣ କଲେ ମିଳିବ ଅନେକ ଫାଇଦା !

Gemstones as remedies

135

ଖରାପ ଗ୍ରହର ପ୍ରଭାବରୁ ବଂଚିବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ କରିଥାଉ । ସେଥଫାଇଁ ହାତରେ ମୋତି ଆଦି ଧାରଣ କରିଥାଉ । କାରଣ ଆମର ବିଶ୍ୱାସ ରହିଛିଯେ ଏଭଳି କରିବା ଦ୍ୱାରା ଆମ ଉପରେ ଖରାପ ଗ୍ରହ ମାନଙ୍କର ପ୍ରଭାବ ପଡ଼ିବ ନାହିଁ । କିନ୍ତୁ କ’ଣ ଆପଣ ଜାଣନ୍ତି କି ମୋତି ଚନ୍ଦ୍ରମା ମଧ୍ୟ ସେହି ମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ,ଯାହା ଆପଣଙ୍କୁ କେତେକ ଖରାପ ନଜରରୁ ରକ୍ଷା କରିଥାଏ ।

ଶାସ୍ତ୍ର ଅନୁସାରେ, ମୋତିର ପ୍ରଭାବ ଶୀଘ୍ର ପଡ଼ି ନଥାଏ, ବରଂ ଧୀରେ ଧୀରେ ଏବଂ ଖୁବ୍‌ ସୂକ୍ଷ୍ମ ମାତ୍ରାରେ ମୋତି ଏହାର ପ୍ରଭାବ ଦେଖାଇଥାଏ।

ମୋତିକୁ ଅନେକ ଗହଣାରେ ଲଗାଇ ପିନ୍ଧିବା ପାଇଁ ପସନ୍ଦ କରିଥା’ନ୍ତି। ବାସ୍ତୁରେ ଏହା ମଧ୍ୟ କୁହାଯାଇଛି ଯେ ମୋତି ଧାରଣ କରିବା ପରେ ଭଲ ନିଦ ହୋଇଥାଏ। ଏହା ସହିତ ବ୍ୟକ୍ତିଙ୍କ ମନରୁ ଭୟ ଭାବ ଦୂର ହୋଇଥାଏ।

ମୋତି ଧାରଣ କରିବା ପରେ ଶରୀରର ହର୍‌ମୋନ୍‌ ମଧ୍ୟ ସନ୍ତୁଳିତ ରହିଥାଏ। ତେବେ ଏହାକୁ ଧାରଣ କରିବା ସମୟରେ କିଛି ସାବଧାନତା ଅବଲମ୍ୱନ କରିବାକୁ ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି।

କୁହାଯାଇଛି, ମୋତିକୁ ଠିକ୍‌ ଭାବରେ ଧାରଣ ନକଲେ, ବ୍ୟକ୍ତିର ମାନସିକ ସ୍ଥିତି ଖରାପ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମେଷ, କର୍କଟ, ବିଛା ଏବଂ ମୀନ ରାଶିର ଲୋକ ମୋତି ଧାରଣ କଲେ ଶୁଭ ଫଳ ମିଳିଥାଏ। କିନ୍ତୁ ବୃଷ, ମିଥୁନ, କନ୍ୟା, ମକର ଏବଂ କୁମ୍ଭ ରାଶିର ଲୋକେ ମୋତି ଧାରଣ କରିବାଠାରୁ ଦୂରରେ ରୁହନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More