Only for Entertainment

ପତ୍ନୀ ଅପେକ୍ଷା ପୁଅମାନେ ଗର୍ଲଫ୍ରେଣ୍ଡକୁ ଅଧିକ ପସନ୍ଦ କରନ୍ତି,କାରଣ ଜାଣିଛନ୍ତି କି?

amarujala
0 46

ଆପଣଙ୍କ ଚାରିପାଖରେ ଆପଣ ଏଭଳି କିଛି ପୁରୁଷଙ୍କୁ ଦେଖିଥିବେ ଯେଉଁମାନେ ବିବାହିତ ହେବା ପରେ ମଧ୍ୟ ମହିଳା ମିତ୍ର ପ୍ରତି ଆକର୍ଷିତ ହୋଇଥାନ୍ତି । ଏହିଭଳି ପୁଅମାନେ ଯଦିଓ ଘରେ ସ୍ତ୍ରୀ କଥାରେ ହଁରେ ହଁ ମିଳାଇଥାନ୍ତି କିନ୍ତୁ ଘରୁ ବାହାରକୁ ଯିବାମାତ୍ରେ ଗର୍ଲଫ୍ରେଣ୍ଡର ଗୁଣଗାନ କରନ୍ତି । କିନ୍ତୁ ଜାଣିଛନ୍ତି ଏଭଳି କରିବା ପଛରେ କ’ଣ ରହିଛି କାରଣ,ଆସନ୍ତୁ ଜାଣିବା ।
ବନ୍ଦୀ ହୋଇ ରହିବାକୁ କେହି ମଧ୍ୟ ପସନ୍ଦ କରନ୍ତି ନାହିଁ । ବିଶେଷକରି କୌଣସି ପୁରୁଷ କ୍ଷେତ୍ରରେ । ବିବାହ ପରେ କୌଣସି ସ୍ଥାନକୁ ଯିବା ସମୟରେ ପତ୍ନୀମାନେ ପ୍ରାୟତଃ ବିଭିନ୍ନ ଆଇନ କାନୁନ ତିଆରି କରନ୍ତି । କିନ୍ତୁ ଗର୍ଲଫ୍ରେଣ୍ଡ ଏଭଳି କରିନଥାଏ ।

ପତ୍ନୀମାନେ ଗୋଟିଏ କଥାକୁ ଧରି ବିଭିନ୍ନ ପ୍ରଶ୍ନ ପଚାରନ୍ତି । କିନ୍ତୁ ଗର୍ଲଫ୍ରେଣ୍ଡକୁ ଏସବୁରେ କିଛି ଫରକ ପଡ଼େନାହିଁଯେ ତାଙ୍କ ପାର୍ଟନର ତାଙ୍କୁ ସମୟ ଦେବା ବ୍ୟତୀତ ଅନ୍ୟ କେଉଁଆଡ଼େ ଯାଆନ୍ତୁ ।

ପତ୍ନୀମାନେ ସର୍ବଦା ନିଜ ପତିକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହାଁନ୍ତି ଏବଂ ନଜର ରଖନ୍ତି । କିନ୍ତୁ ଗର୍ଲଫ୍ରେଣ୍ଡ ଦୂରରେ ଥିବାରୁ ଏଭଳି କରିପାରି ନଥାଏ । ତେଣୁ ପୁଅମାନେ ପତ୍ନୀ ଅପେକ୍ଷା ଗର୍ଲଫ୍ରେଣ୍ଡକୁ ଅଧିକ ପସନ୍ଦ କରନ୍ତି ।
ଗର୍ଲଫ୍ରେଣ୍ଡ ପାଇଁ ପୁଅଙ୍କୁ କୌଣସି ଉତ୍ତର ଦେବାକୁ ପଡ଼ିନଥାଏ,କାରଣ ଗର୍ଲଫ୍ରେଣ୍ଡ ଚାଲିଗଲେ କୌଣସି ଫରକ ପଡ଼େ ନାହିଁ । କିନ୍ତୁ ପତ୍ନୀ କ୍ଷେତ୍ରରେ ଏଭଳି ହୋଇନଥାଏ,କାରଣ ପତି ଏବଂ ପତ୍ନୀର ସଂପର୍କ ସମାଜ ସ୍ୱୀକୃତ,ତେଣୁ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଥାଏ ।

ବାହରକୁ ଯିବାପାଇଁ ପତ୍ନୀର ଅନୁମତି ନେବାକୁ ପଡ଼ିଥାଏ । ଘରର ଅନ୍ୟ କାମରେ ମଧ୍ୟ ସେମାନଙ୍କ ପରାମର୍ଶ ନେବାକୁ ପଡ଼ିଥାଏ । କିନ୍ତୁ ଗର୍ଲଫ୍ରେଣ୍ଡ କ୍ଷେତ୍ରରେ ଏହା ହୋଇନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More