Only for Entertainment

ଏହି ୩ଟି ମନ୍ତ୍ର ଦ୍ୱାରା କରନ୍ତୁ ଭୋଳାନାଥଙ୍କୁ ପ୍ରସନ୍ନ !

165

ଭଗବାନ ଶିବ ସାକାର କିମ୍ବା ନିରାକାର ଏହି ଦୁଇ ରୂପରେ ସମସ୍ତ ସାଂସାରିକ ପୀଡାର ନିବାରଣ କରିଥାଆନ୍ତି । ଶିବଙ୍କୁ ଆରାଧନା କରିବା ଦ୍ୱାରା ମନ ଶାନ୍ତ ଏବଂ ସନ୍ତୁଳିତ ରହିଥାଏ । ଏହାଦ୍ୱାରା ଅନେକ ପ୍ରକାର କୁପ୍ରଭାବର ଅବସାନ ମଧ୍ୟ ଘଟିଥାଏ । ଯାହାଫଳରେ ସୁଖର ପରିଣାମ ଶୀଘ୍ର ମିଳିଥାଏ ।
ସୋମବାରକୁ ସୁଖର ଏହି ଦେବତାଙ୍କ ଉପାସନାର ଶୁଭ ଦିନ ରୁପେ ମାନିଥାଉ । ଏହିଦିନରେ ଭୋଳାନାଥଙ୍କ ପୂଜା ଅନେକ ମନସ୍କାମନା ପୂରଣ କରିଥାଏ ।
ଯେଉଁକାରଣରୁ ଶିବଙ୍କୁ ଆରଧନା କରିବା ଲାଗି ୩ଟି ବିଶିଷ୍ଟ ଉପାୟ ଶିବ ମନ୍ତ୍ର ସହ ଆପଣାନ୍ତୁ । ଏହା କେବଳ ଭାଗ୍ୟୋଦୟ ନୁହେଁ ଜୀବନସାଥୀ, ରୋଜଗାର କିମ୍ବା ଲକ୍ଷ୍ୟ ପାଇବାର କାମନାକୁ ଶୀଘ୍ର ପୂରଶ କରିଥାଏ ।

ଚାଲନ୍ତୁ ଏଠାରେ ଆମେ ଆପଣଙ୍କୁ ଏହି ୩ଟି ମନ୍ତ୍ର ସମ୍ବନ୍ଧରେ କହୁଛୁ : –

ସୋମବାର ଏକ ସମୟରେ ରାତ୍ରରେ ଭୋଜନ ଏବଂ ବ୍ରତ ସଙ୍କଳ୍ପ ସହ ଶିବାଳୟରେ ଯାଇ ଶିବଲିଙ୍ଗଙ୍କୁ ସ୍ନାନ କରନ୍ତୁ । ଜଳ ସ୍ନାନ ଏବଂ ୩ଉପାୟକୁ କରିବା ସମୟରେ ତଳେ ଲେଖାଯାଇଥିବା ଶିବଙ୍କ ମନ୍ତ୍ରକୁ ବାମ୍ବାର ଉଚ୍ଚାରଣ କରନ୍ତୁ – ଓଁ ମହାଶିବାୟ ସୋମାୟ ନମଃ ।

ସ୍ନାନ ସମାପ୍ତି ପରେ ଭଗବାନ ଶିବଙ୍କୁ ଗୋ କ୍ଷୀର ଅର୍ପଣ କରନ୍ତୁ । ଏହି ଉପାୟ ଦେହ,ମନ ଏବଂ ଧନ ଭଳି ଅନେକ ସମସ୍ୟାର ସମାପ୍ତି ଘଟିବ । ଶିବଙ୍କୁ ମହୁ ଅର୍ପଣ କରନ୍ତୁ । ଏହାଦ୍ୱାରା ଚାକିରୀ ଏବଂ ବ୍ୟବସାୟ ଭଳି ସମସ୍ୟାର ଅବସାନ ଘଟିଥାଏ । ଏହାପରେ ଜଳଦ୍ୱାରା ସ୍ନାନ କରି ଶିବଙ୍କୁ ଲାଲ ଚନ୍ଦନ ଲଗାନ୍ତୁ ଏବଂ ଶୃଙ୍ଗାର କରନ୍ତୁ ।

ଚନ୍ଦନର ପ୍ରକୃତି ଶୀତଳ ଅଟେ । ଶିବଙ୍କ ଉପରେ ଏହା ଲଗାଇବାଦ୍ୱାରା ଜୀବନରେ ଶାନ୍ତି ଏବଂ ସୁଖର ବର୍ଷା ହୋଇଥାଏ ବୋଲି ମାନ୍ୟତା ରହିଛି । ଶିବ ପୂଜାରେ ଏହି ତିନି ସରଳ ଉପାୟ ପରେ ଯଥାଶକ୍ତି ଗନ୍ଧ, ଅକ୍ଷତ, ଫୁଲ, ନୈବେଦ୍ୟ ଅର୍ପଣ କରି ଶିବଙ୍କ ଆରଧାନା କରନ୍ତୁ । ଏହାସହ ଶିବଙ୍କୁ ଅର୍ପଣ କରାଯାଇଥିବା କ୍ଷୀର, ମହୁକୁ ଚରଣାମୃତ ରୂପେ ଗ୍ରହଣ କରନ୍ତୁ ଏବଂ ଚନ୍ଦନ ଲଗାଇ ମନସ୍କାମନା ପୂରଣ ହେବା ପାଇଁ ପ୍ରାର୍ଥନା କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More