Only for Entertainment

ମୁଣ୍ଡରୁ ଧଳା କେଶ ବାହାର କରିବା ଦ୍ୱାରା କେଉଁଭଳି ସମସ୍ୟା ଦେଖାଦିଏ ଜାଣିଛନ୍ତି କି? ଆସନ୍ତୁ ଜାଣିବା ।

nme.com
0 49

ସାଧାରଣ କଥାରେ କହିବାକୁ ଗଲେ ଧଳା କେଶ ବୃଦ୍ଧତାର ଚିହ୍ନ କିନ୍ତୁ କିଛି କାରଣ ପାଇଁ ଏହା ଯୁବାବସ୍ଥାରୁ ହିଁ ପାଚିବା ଆରମ୍ଭ କରିଦେଇଥାଏ । କେଶ ସମୟ ପୂର୍ବରୁ ପାଚିବା କାହାକୁ ବି ନିରାଶ କରିପାରେ । ବହୁବାର ଦେଖିବାକୁ ମିଳିଛି ଲୋକମାନେ ଧଳାକେଶକୁ ଲୁଚାଇବା ପାଇଁ ତାହାକୁ ବାହାର କରି ଦେଇଥାନ୍ତି । କିନ୍ତୁ କଥାରେ ଅଛି ଧଳା କେଶ ଗୋଟିଏ ବାହାର କଲେ ସେଠାରେ ଆଉ ଦୁଇଟା ଧଳା କେଶ ଉଠିଥାଏ । ଆସନ୍ତୁ ଜାଣିବା ଏହାର ସତ୍ୟତା…..

ସାଧାରଣତଃ ଦେଖିବାକୁ ଗଲେ ଯେତେ- ଯେତେ ଆମର ବୟସ ବଢିବାକୁ ଲାଗିଥାଏ, କେଶର ରଙ୍ଗରେ ପରିବର୍ତ୍ତନ ଆସିଥାଏ । । ପିଗ୍ମେଂଟ ସେଲ କମ୍ ହେବା ଦ୍ୱାରା କେଶର ମୂଳକୁ କମ୍ ମେଲାନିନ୍ ଯାଇଥା. ଯାହା ଫଳରେ କେଶ ଗୁଡ଼ିକ ଧଳା ବା ଧୂଷର ହୋଇଯାଇଥାଏ । କିନ୍ତୁ କ’ଣ ଧଳା କେଶ ବାହାର କରିବା ଠିକ?

କିଛି ଲୋକ ଧଳା କେଶ ବାହାର କରିବାକୁ ଡରନ୍ତି କାରଣ ସେମାନେ ଭାବନ୍ତି ଗୋଟିଏ ଧଳା ବା ଧୂଷର କେଶ ବାହାର କଲେ ସେଠାରେ ସେହିପରି ଆଉ ତିନି ଚାରଟି କେଶ ଧଳା ହୋଇଯିବ । ଯାହାକି ଏକ ମନଗଢା କଥା ବ୍ୟତୀତ ଅନ୍ୟ କିଛିନୁହଁ । ଗୋଟିଏ ଫଲିକଲରେ କୌଣସି ସମସ୍ୟା ଦେଖାଦେଲେ ତାହାର ପାଶ୍ୱର୍ ଫଲିକଲ ଉପରେ କିଛି ପ୍ରଭାବ ପଡେ ନାହିଁ ।ତେଣୁ ଗୋଟିଏ ଧଳା କେଶ ବାହାର କଲେ ବହୁତ କୌଣସି ପ୍ରଭାବ ପଡ଼େ ନାହିଁ । ଯଦିଓ ଧଳା କେଶ ବାହାର କରିବା ଠିକ ନୁହେଁ, ତେବେ ଏହା ଦ୍ୱାରା ଅନ୍ୟ ଏକ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦିଏ । କାରଣନା ଧଳା କେଶ ବାହାର କରିବା ଦ୍ୱାରା ବହୁ ଥର ଆପଣଙ୍କ ମୁହଁ ତଳେ ଥିବା ଫଲିକଲ ଗୁଡିକ ନଷ୍ଟ ହୋଇଯାଏ ଯାହାଫଳରେ ମୁଣ୍ଡର ଆଗ କେଶ ଉଠିବାରେ ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ଏହି କେଶଗୁଡିକୁ ବାହାର କରିବା ଅପେକ୍ଷା ଆପଣ କଲର କରିଦିଅନ୍ତୁ , ନ ହେଲେ ତାକୁ ପୂର୍ବ ଭଳି ଛାଡି ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More