Only for Entertainment

ଏହି ଘରୋଇ ଔଷଧ ମାଧ୍ୟମରେ ଏସିଡିଟିକୁ କୁହାନ୍ତୁ ବାଏ ବାଏ

46

ଆଜିକାଲି ବିଭିନ୍ନ ସମସ୍ୟାରୁ ଶରୀରରେ ରୋଗ ବ୍ୟାଧି ଆଦି ଦେଖାଯାଉଛି । ଏ ସବୁ ମଧ୍ୟରୁ ଗୋଟିଏ ହେଉଛି ଏସିଡିଟି । ଏହା ଦ୍ୱାରା ନା କିଛି ଖାଇବାକୁ ଇଛା ହୁଏ, ନା କିଛି କାମ କରିବାକୁ । ତଂଟି ଜଳା ପୋଡ଼ା ଆଦି ସମସ୍ୟା ଦେଖାଦିଏ । କିନ୍ତୁ ଘରେ ଥିବା ସାମାନ୍ୟ ଜିନିଷ ଏହାକୁ ଭଲ କରିଦିଏ ।କିପରି ଏ ସବୁ ଶାରୀରିକ ସମସ୍ୟାକୁ ଠିକ୍‌ କରିବେ ଆସନ୍ତୁ ଜାଣିବା ।

କିଛି ଲୋକଙ୍କୁ ଭୋକ ଲାଗି ନଥାଏ । ଥରେ ଖାଇବା ପରେ ତାଙ୍କୁ ଦିନସାରା କିଛି ଖାଇବାକୁ ଇଚ୍ଛା ହୋଇ ନଥାଏ । ଯଦି ଆପଣଙ୍କର ମଧ୍ୟ ସେଭଳି ସମସ୍ୟା ରହିଛିି ତେବେ କଇଁଆ ବା ତେନ୍ତଳୁ ଖାଆନ୍ତୁ । ଭୋକ ନ ଲାଗିଲେ କଇଁଆକୁ ପାଣିରେ ପକାଇ ତାହାର ପେଷ୍ଟ ତିଆରି କରନ୍ତୁ । ଏହା ପରେ କଳା ଲୁଣ ମିଶାଇ ଦିନକୁ ଦୁଇ ଥର ଖାଆନ୍ତୁ । ଏପରି କରିବା ଦ୍ୱାରା ଧିରେ ଧିରେ ଆପଣଙ୍କ ଭୋକ ବଢ଼ିବ ।

.ଆଜିକାଲି ଲୋକମାନେ କାମକୁ ନେଇ ଏତେ ଚିନ୍ତାଗ୍ରସ୍ତ ରହୁଛନ୍ତି ଯାହାଦ୍ୱାରା ସେମାନଙ୍କ ପାଖରେ ଅନିଦ୍ରା ସମସ୍ୟା ଦେଖା ଦେଉଛି । ଏହା ସହ ସେମାନେ ଅବସାଦଗ୍ରସ୍ତ ମଧ୍ୟ ରହିବାକୁ ଲାଗୁଛନ୍ତି । ଏଭଳି ସମସ୍ୟାର ଶିକାର ଯଦି ଆପଣ ହୋଇଛନ୍ତି ତେବେ ଗୋଲମରିଚ ଖାଇବା ଆରମ୍ଭ କରନ୍ତୁ । ଏହାକୁ ଖାଇବା ଦ୍ୱାରା ଶରୀରରେ ସେରୋଟୋନିନର ସ୍ତର ବଢ଼ିବା ସହ ଆପଣଙ୍କ ଚିନ୍ତା ଦୂର ହେବ ।

ଯଦି ଆପଣଙ୍କର ଲଗାତାର ପେଟ ବିନ୍ଧା ହେଉଛି ତେବେ ଗୋଲମରିଚ ସହ ଲେମ୍ବୁ ମିଶାଇ ଖାଇବା ଆରମ୍ଭ କରନ୍ତୁ । ଏହାକୁ ଖାଇବା ପରେ ଆପଣଙ୍କୁ ତୁରନ୍ତ ଆରାମ ମିଳିବ ।

ପ୍ରତିଦିନ ଚଣା ଖାଇବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ । ଚଣାରେ ଫସ୍‌ଫରସ ରହିଥାଏ, ଯାହାଦ୍ୱାରା ହେମୋଗ୍ଲୋବିନ୍‌ର ମାତ୍ରା ବଢ଼ିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More