Only for Entertainment

ଶୀତଦିରେ କେଶଝଡ଼ା ସମସ୍ୟା ଦେଖାଯାଉଥିଲେ,ଏହି ଉପାୟ କରନ୍ତୁ ।

inlifehealthcare.com
26

କେଶ ଝଡ଼ିବା ଏକ ସାଧାରଣ କଥା ।ଏହା କେବଳ ମହିଳା ନୁହଁନ୍ତି ବରଂ ପୁରୁଷ ମାନଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଏ । ସେମାନଙ୍କ ମଧ୍ୟରେ ଆପଣ ମଧ୍ୟ ନିହାତି ଥିବେ । ସମସ୍ୟାରୁ ମୁକ୍ତି ପାଇଁ ଆପଣ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରୁଥିବେ ,ତଥାପି କୌଣସି ଫାଇଦା ମିଳୁନାହିଁ । ଏହି କ୍ଷେତ୍ରରେ କ’ଣ କରିବା ଉଚିତ । ଆସନ୍ତୁ ଆଲୋଚନା କରିବା ।

ଗ୍ରୀନ୍ ଟି କେଶ ପାଇଁ ବହୁତ ଉପକାରୀ । ଏତିରେ ଭରପୁର ମାତ୍ରରେ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଯାହା କେଶ ବଢିବାରେ ସହାୟକ ହୋଇଥାଏ । ଗ୍ରୀନ୍ ଟି କୁ କେଶ ମୂଳରେ ଲଗାଇବା ଦ୍ୱାରା ରକ୍ତ ସଂଚାଳନ ସଠିକ୍ ଭାବେ ହୋଇଥାଏ । ଏହାକୁ ବ୍ୟବହାର କରିବା ଦ୍ୱାରା କେଶ ବଢିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ସେଥିପାଇଁ ପ୍ରଥମେ ଗ୍ରୀନ ଟି ବ୍ୟାଗକୁ ପାଣିରେ ପକାଇ ୧୦ ରୁ ୧୫ ମିନିଟ୍ ଛାଡି ଦିଅନ୍ତୁ । ଏବେ କେଶକୁ ସାମ୍ପୁ କରି ସାରିବା ପରେ ସେହି ଗ୍ରୀନ୍ ଟି ପାଣି ଦ୍ୱାରା କେଶ ଧୋଇ ଦିଅନ୍ତୁ । ଏହାପରେ ସାଧା ପାଣିରେ କେଶ ଧୁଅନ୍ତୁ । ଏଭଳି ମାସକୁ ୩ ରୁ ୪ ଥର କେଶ ଧୋଇବା ଦ୍ୱାରା କେଶ ଝଡିବା ସମସ୍ୟାରୁ ରକ୍ଷା ପାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More