Only for Entertainment

ମେଦ ବହୁଳତାରୁ ରକ୍ଷା କରେ ଏହି ଉପାୟ ।

Metro
41

ଆଜିକାଲି ମେଦବହୁଳତା ଏକ ସାଧାରଣ କଥା ହୋଇଯାଇଛି । ଖାଦ୍ୟପେୟ ଉପରେ ଧ୍ୟାନ ନ ଦେବାରୁ ଏହିଭଳି ସମସ୍ୟା ସୃଷ୍ଠି ହେଉଛି ଏବଂ ପରବର୍ତ୍ତୀ ମୁହୂର୍ତ୍ତାରେ ସେଥିରୁ ବଂଚିବା ପାଇଁ ଉପାୟ ଖୋଜାଯାଉଛି । ତେବେ ଆଜି ଆମେ ତାହାକୁ ନେଇ ଏକ ସାଧାରଣ ଉପାୟ ବିଷୟରେ କହିବୁ । ଆସନ୍ତୁ ଆଲୋଚନା କରିବା ।ପ୍ରତିଦିନ ଥଣ୍ଡା ପାଣିରେ ଗାଧୋଇଲେ ମେଦବହୂୁଳତାରୁ ମୁକ୍ତି ମିଳିପାରିବ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି। ଏହା ସଂପୂର୍ଣ୍ଣ ଭାବେ ଏକ ବାୟୋକେମିକାଲ ପ୍ରକ୍ରିୟା। ଶରୀରରେ ଦୁଇ ପ୍ରକାରର ଫ୍ୟାଟ୍‌ ବା ଚର୍ବି ରହିଥାଏ । ତାହା ହେଉଛି ହ୍ବାଇଟ୍‌ ଫ୍ୟାଟ୍‌ ଓ ବ୍ରାଉନ୍‌ ଫ୍ୟାଟ୍‌୍‌ । ହ୍ବାଇଟ୍‌ ଫ୍ୟାଟ୍‌ର ଶରୀରରେ କୌଣସି ଆବଶ୍ୟକତା ନ ଥାଏ । ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀ ଗ୍ରହଣ କଲେ ଶରୀରରେ ହ୍‌ବାଇଟ୍‌ ଫ୍ୟାଟ୍‌ ଜମା ହୋଇଥାଏ । ଏହା ଶରୀରର ଅଣ୍ଟା, ପିଠି, ପେଟ କିମ୍ବା ଗଳାରେ ଜମିଯାଇଥାଏ। ଅନ୍ୟପକ୍ଷରେ ବ୍ରାଉନ୍‌ ଫ୍ୟାଟ୍‌ ଶରୀର ପାଇଁ ଉପଯୋଗୀ। ଏହା ଶରୀରରେ ଉତ୍ତାପ ସୃଷ୍ଟି କରିଥାଏ। ଏହି ଫ୍ୟାଟ୍‌ ଯୋଗୁ ଶରୀର ଉଷୁମ ରହିଥାଏ । ଶୀତ ଲାଗିଲେ ବ୍ରାଉନ୍‌ ଫ୍ୟାଟ୍‌ ସକ୍ରିୟ ହୁଏ। ଥଣ୍ଡାପାଣିରେ ଗାଧୋଇଲେ ଶରୀରରେ ଜମା ହୋଇ ରହିଥିବା ହ୍‌ବାଇଟ୍‌ ଫ୍ୟାଟ୍‌ର ବିଘଟନ ଆରମ୍ଭ ହୁଏ ଫଳରେ ଧୀରେ ଧୀରେ ମେଦବହୁଳତାରୁ ମୁକ୍ତି ମିଳିଥାଏ ବୋଲି ଆୟୁବେର୍ଦରେ ଦର୍ଶାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More