Only for Entertainment

ଏହି ଉପାୟରେ ଘରୁ ମୂଷାକୁ କୁହନ୍ତୁ ବାଏ ବାଏ ।

BBC.com
0 39

ଘରେ ଯଦି ଗୋଟିଏ ମଧ୍ୟ ମୂଷା ପ୍ରବେଶ କରିଯାଏ ତେବେ ବଂଚିବା କଷ୍ଟ ସାଧ୍ୟ ହୋଇଯାଏ । କାରଣ ପ୍ରତିଟି ମୁହୂର୍ତ୍ତରେ କିଛି ନା କିଛି ଜିନିଷ କାଟି ଦିଅନ୍ତି ମୂଷାମାନେ । ଯେଉଁ କାରଣରୁ ବିଭିନ୍ନ କ୍ଷୟକ୍ଷତି ହୋଇଥାଏ । ତେଣୁ କ’ଣ ଉପାୟ କଲେ ମୂଷା ମାନଙ୍କ କବଳରୁ ମୁକ୍ତି ମିଳିବ ଆସନ୍ତୁ ଆଲୋଚନା କରିବା ।

ଆପଣ ଜାଣନ୍ତିକି ମୂଷା ମାନେ ପିଆଜ ଗନ୍ଧକୁ ସହ୍ୟ କରିପାରନ୍ତି ନାହିଁ । ଯେଉଁ ସ୍ଥାନରେ ପିଆଜ ରଖା ଯାଇଥାଏ ସେମାନେ ସେହି ସ୍ଥାନରୁ ଖୁବ ଦୂରକୁ ପଳାଇ ଯାଆନ୍ତି । ତେଣୁ ଯେଉଁ ସ୍ଥାନରେ ଅଧିକ ମୂଷା ଦେଖାଯାଆନ୍ତି ସେହି ସ୍ଥାନରେ ଖଣ୍ଡେ ପିଆଜ ରଖି ଦିଅନ୍ତୁ । ଦେଖିବେ ମୂଷା ଘରୁ ଗାଏବ ହୋଇଯିବେ ।

ପୋଦିନାର ବାସ୍ନା ମୂଷାଙ୍କୁ ଖୁବ ଅସହଜ ମନେ ହୋଇଥାଏ । ତେଣୁ ପୋଦିନାକୁ ପେପର ଉପରେ ରଖି ଗୋଟିଏ ସ୍ଥାନରେ ରଖି ଦିଅନ୍ତୁ । ଏହା ସହିତ ଆପଣ ପୋଦିନକୁ ବାଟି ତାହାର ଲେପକୁ ଘର କବାଟ କିମ୍ବା ଝରକାରେ ଲଗାଇ ପାରିବେ । ଏହା ଦ୍ୱାରା ଘରକୁ ମୂଷା ଆସିବେ ନାହିଁ ।

ଖାଦ୍ୟର ସ୍ୱାଦ ବଢାଉଥିବା ତେଜପତ୍ର ମୂଷା ମାନଙ୍କର ଶତ୍ରୁ । ଏହାର ବାସ୍ନା ମୂଷାଙ୍କ ଚିନ୍ତା ବଢାଇବାରେ ଖୁବ ସାହାଯ୍ୟ କରିଥାଏ । ଯେଉଁ ସ୍ଥାନରେ ମୂଷା ଦେଖା ଯାଉଛନ୍ତି ସେହି ସ୍ଥାନରେ ତେଜପତ୍ର ରଖନ୍ତୁ । ମୂଷା ଚାଲିଯିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More