Only for Entertainment

ଆପଣାନ୍ତୁ ଏହି ସମସ୍ତ ଉପାୟ, ଚନ୍ଦ୍ରଙ୍କ ଅଶୁଭ ସଙ୍କେତରୁ ମିଳିବ ମୁକ୍ତି !

fsagallery
0 53

ସମସ୍ତ ବ୍ୟକ୍ତିଙ୍କ ଉପରେ ବିଭିନ୍ନ ଗ୍ରହର କୁପ୍ରଭାବ ପଡିଥାଏ ବୋଲି ମାନ୍ୟତା ରହିଛି, ତେଣୁ ଏଥିପାଇଁ ବ୍ୟକ୍ତିକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏଥିମଧ୍ୟରୁ ଚନ୍ଦ୍ରଗ୍ରହ ହେଉଛି ସେହିଭଳି ସ୍ୱଭାବର । ଯଦି ଚନ୍ଦ୍ରର ଅଶୁଭ ପ୍ରଭାବ କୌଣସି ବ୍ୟକ୍ତି ଜୀବନ ଉପରେ ପଡେ ତେବେ ସେହି ବ୍ୟକ୍ତିର ଜୀବନ ଦୁଃଖଭରା ହୋଇପଡେ ।

ଏହାଛଡା ସଂମ୍ପର୍ଣ୍ଣ ହୋଇଯାଉଥିବା କାର୍ଯ୍ୟ ବିଗିଡି ଯାଇଥାଏ ଏବଂ ଏଥିପାଇଁ ଅନେକ ପ୍ରକାର ବାଧା ସୃଷ୍ଟି ହୋଇଥାଏ । ମାତ୍ର ଏସବୁରୁ ବର୍ତ୍ତିବା ପାଇଁ ଜ୍ୟୋତିଷ ବିଦ୍ୟାରେ ଅନେକ କିଛି ଉପାୟ ରହିଛି ଯାହା ସାହାଯ୍ୟରେ ଏହି ଅଣୁଭ ପ୍ରଭାବରୁ ମୁକ୍ତି ମିଳି ପାରିବ ।

    • କୌଣସି ଚାନ୍ଦି ବସ୍ତୁ ଉପହାର ସ୍ୱରୂପ ନିଅନ୍ତୁ ନାହିଁ କି ଦାନରେ ନିଅନ୍ତୁ ନାହିଁ । ଯଦି ଏହି ବିଷୟରେ ଧ୍ୟାନ ନଦେବେ ତେବେ ଆପଣ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହାଦ୍ୱାରା ଚନ୍ଦ୍ର ଅଶୁଭ ହେବା ସହ ଖରାପ ଦିନ ଆରମ୍ଭ ହେବାର ଭୟ ରହିଥାଏ ।
    • ଯେତେ ଅଧିକ ସମ୍ଭବ ଚାନ୍ଦି ବସ୍ତୁ ଦାନ କରନ୍ତୁ । ଯଦି ଆପଣ ଅଧିକ ଚାନ୍ଦି ଦାନ କରି ପାରନ୍ତି ନାହିଁ ତେବେ ଚାନ୍ଦିର ତାର ଦାନ କରି ପାରନ୍ତି । ଏହାଦ୍ୱାରା ଚନ୍ଦ୍ରଙ୍କର ଶୁଭ ପ୍ରଭାବ ଆପଣଙ୍କ ଉପରେ ପଡିବ ।
      କ୍ଷୀର ପ୍ରଦାନ କରନ୍ତୁ ମାତ୍ର ଧ୍ୟାନରେ ରଖନ୍ତୁ ସୋମବାର କ୍ଷୀର ପାନ କରନ୍ତୁ ନାହିଁ ।
    • କେବେ ବି ଦେଇଥିବା ଦାନକୁ ନେଇ ଗର୍ବ କରନ୍ତୁ ନାହିଁ । ଯାହାକୁ ବି ଦାନ କରନ୍ତୁ ଗୁପ୍ତରେ ଦାନ କରନ୍ତୁ । ଗୁପ୍ତ ଦାନ ଅର୍ଥାତ ଏଭଳି ଦାନ କରନ୍ତୁ ଯାହାକୁ ଦାନ କରିବା ପରେ ଆପଣଙ୍କ ନାଁ ଗୁପ୍ତ ରହିବ ।
    • ନଡିଆ ଖା’ନ୍ତୁ , ଧଳା ବସ୍ତ୍ର ପରିଧାନ କରନ୍ତୁ । ଅନୁଲୋମ-ବିଲୋମ ପ୍ରାଣାୟାମ କରନ୍ତୁ । ଘରର ଉତ୍ତର ଦିଗରେ କୌଣସି ଶୁଭ ଗଛ ଲଗାନ୍ତୁ ।
    • ଘରେ ଚାନ୍ଦିର ଶିବ ଲିସଙ୍ଗ ସ୍ଥାପନା କରନ୍ତୁ ଏବଂ ପ୍ରତିଦିନ ସକାଳେ ପୂଜା କରନ୍ତୁ ।
    • ଘରେ ମୟୂର ପର ଲଗାନ୍ତୁ ଏହାଦ୍ୱାରା ଚନ୍ଦ୍ରଙ୍କର ସୁପ୍ରଭାବ ରହିଥାଏ ।
    • ଘରେ ପୂଜା କରିବା ସମୟରେ ଶଙ୍ଖ ଅବଶ୍ୟ ବଜାନ୍ତୁ । ଏହାଦ୍ୱାରା ଚନ୍ଦ୍ରଙ୍କର କୁପ୍ରଭାବ ହ୍ରାସ ଘଟିଥାଏ ।
    • ଘରେ ଅଧିକ ବଡ ଘଂଟା ରଖନ୍ତୁ ନାହିଁ ।

ଯଦି ଆପଣ ଏହି ସମସ୍ତ ତଥ୍ୟ ଉପରେ ବିଶେଷ ଧ୍ୟାନ ଦେବେ ତେବେ ଆପଣଙ୍କ ଭାଗ୍ୟରେ ଥିବା ଚନ୍ଦ୍ର ଦୋଷ ଦୂର ହେବା ସଙ୍ଗେ ସଙ୍ଗେ ମାନସିକ ଚାପରୁ ମଧ୍ୟ ଅବଶ୍ୟ ମୁକ୍ତି ପାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More