Only for Entertainment

ସେବନ କରନ୍ତୁ ଭାତ ଓ ଦହି ! ମିଳିବ ମୋଟାପଣରୁ ମୁକ୍ତି

hungryforever.com
0 45

ସବୁବେଳେ ଆପଣ ଶୁଣିଥିବେ ଯେ ଭାତ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ । କିନ୍ତୁ ଭାତ ସହିତ ଦହି ଖାଇବା ଦ୍ୱାରା ଶରୀରର ଓଜନ ବଢିବା ବଦଳରେ ହ୍ରାସ ହୋଇଥାଏ । ବର୍ତ୍ତମାନର ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ଅନେକ ସମସ୍ୟା ଦେଖାଯାଇଥାଏ । ଏଥିପାଇଁ ମଧ୍ୟ ଭାତ ସହିତ ଦହି ଖାଇବା ଅନେକ ସୁଫଳ ମିଳିଥାଏ । ଭାତ ଏବଂ ଦହି ଅନେକ ସମସ୍ୟାର ସମାଧାନ କରିଥାଏ । ଆସନ୍ତୁ ଜାଣିବା ଭାତ ସହିତ ଦହି ଖାଇବାର ଅନେକ ଲାଭ ଓ ଖାଇବା ପ୍ରଣାଳୀ ବିଷୟରେ ।

ମୋଟାପଣରୁ ମିଳିବ ମୁକ୍ତି – ଚାଉଳକୁ ରାନ୍ଧି ଏହାର ତୋରାଣୀ କାଢି ଦିଅନ୍ତୁ । ଏହାପରେ ଗରମ ଭାତ ସହିତ ଦହି ମିଶାଇ ଖାଆନ୍ତୁ । ଏହିପରି ଏକ ମାସ ପର୍ୟ୍ୟନ୍ତ ଏପରି ଖାଇବା ଦ୍ୱାରା ମୋଟାପଣ ହ୍ରାସ ହୋଇଥାଏ । ଏଥିରେ କମ କ୍ୟାଲେରୀ ଥିବାରୁ ଏହା ଶରୀରର ଓଜନ ବଢାଇବାକୁ ଦିଏ ନାହିଁ ।

ଜ୍ୱର ପାଇଁ – ଜ୍ୱର ହେବା ସମୟରେ କିଛି ଖାଇବା ପାଇଁ ଇଚ୍ଛା ହୁଏନାହିଁ । ଯଦି ଆପଣଙ୍କୁ ଜ୍ୱର ଆସୁଥାଏ ତେବେ ଭାତ ଏବଂ ଦହି ଖାଇବା ଆପଣଙ୍କ ପାଇଁ ଲାଭଦାୟକ ରହିବ । ଏହା ଖାଇବା ଦ୍ୱାରା ଭୋକ ହୁଏନାହିଁ ଏବଂ ଶରୀରକୁ ଶକ୍ତି ମିଳିଥାଏ । ଦହି ଏବଂ ଭାତ ଶରୀରର ରୋଗ ପ୍ରତରୋଧକ ଶକ୍ତିକୁ ବଢାଇଥାଏ ।

ପେଟ ଖରାପ ହେଲେ – ଯଦି ଆପଣଙ୍କର ପେଟ ଖରାପ ହୋଇଥାଏ ତେବେ ଦହି ଏବଂ ଭାତ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହା ଭୋକକୁ ଶାନ୍ତ କରିବା ସହିତ ହଜମ କ୍ରିୟାକୁ ସହଜ କରିଥାଏ । ଏହାସହ ତରଳଝାଡାରୁ ମଧ୍ୟ ଆରାମ ମିଳିଥାଏ ।

କୋଷ୍ଠକାଠିନ୍ୟ ଦୂର କରିଥାଏ – ଯଦି ଆପଣଙ୍କର କୋଷ୍ଠ ବଦ୍ଧତା ସମସ୍ୟା ଥାଏ ତେବେ କିଛି ଦିନ ପର୍ୟ୍ୟନ୍ତ ଦହି-ଭାତକୁ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଦହିରେ ଭରପୁର ମାତ୍ରାରେ ଭଲ ବ୍ୟାକଟେରିଆ ମିଳିଥାଏ । ଦହି ପାଚନକ୍ରିୟାକୁ ସହଜ କରିବା ସହ କୋଷ୍ଠକାଠିନ୍ୟ ସମସ୍ୟାର ମଧ୍ୟ ସମାଧାନ କରିଥାଏ ।

ଚାପ ମୁକ୍ତ କରେ – ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଦହି ଏବଂ ଭାତ ଖାଇବା ଦ୍ୱାରା ଚାପରୁ ମୁକ୍ତି ମିଳିଥାଏ । ଏଥିରେ ଉପସ୍ଥିତ ପ୍ରୋବାୟୋଟିକ ବ୍ୟାକ୍ଟେରିଆ, ଆଂଟି-ଅକ୍ସିଡେଂଟ, ଉପକାରୀ ଫ୍ୟାକଟସ୍ ମନ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More