Only for Entertainment

ଘୋଷ୍ଟ ମୁଭି ଟ୍ରେଲର: ଭୟଙ୍କର ଟ୍ରେଲର ରିଲିଜ, ପ୍ରେତାତ୍ମା ଘେରରେ ସନାୟା ଇରାନୀ, ପ୍ରଥମ ଥର ଲିଡ ରୋଲରେ ଦେଖିବେ ଦର୍ଶକ

hindirush
61

ଭୂତ ଫିଲ୍ମ ପାଇଁ ଜଣାଶୁଣା ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ପୁଣିଥରେ ତାଙ୍କ ଫିଲ୍ମ ମାଧ୍ୟମରେ ଆପଣଙ୍କ ହୋଶ ଉଡ଼ାଇବାକୁ ପ୍ରସ୍ତୁତ ହୋଇ ସାରିଲେଣି । ସୋମବାରକୁ ତାଙ୍କ ଆଗାମୀ ଫିଲ୍ମ ଘୋଷ୍ଟର ଲୋମଟଙ୍କୁରା ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ସନାୟା ଇରାନୀଙ୍କୁ ପ୍ରଥମ ଥର ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଛି । ସନାୟାଙ୍କ ବିପକ୍ଷରେ ନଜର ଆସିଛନ୍ତି ଶିବମ ଭାର୍ଗଭ ।

ଏହି ଫିଲ୍ମ ମାଧ୍ୟମରେ ପୁଣିଥରେ ନିର୍ଦ୍ଦେଶକ ଆପଣଙ୍କୁ ଡରାଇବା ପାଇଁ ମନସ୍ଥ କରି ସାରିଛନ୍ତି । ଫିଲ୍ମର କାହାଣୀରେ ପ୍ରେତାତ୍ମାକୁ ଖୁବ ଭୟଙ୍କର ଚିତ୍ରରେ ଦର୍ଶାଯାଇଛି । ଆତ୍ମା ଠାରୁ ପିଛା ଛଡ଼ାଇବା ପାଇଁ ସନାୟା ଏବଂ ଶିବମ ଖୁବ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । କହିରଖୁଛୁ ଏହି ଫିଲ୍ମ ଅକ୍ଟୋବରୀ ୧୮କୁ ସିନେମାଘରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More