Only for Entertainment

ମେଘାନଙ୍କୁ ଉପହାରରେ ଧଳା ପାଉଡର

The Daily Beast
0 65

ବ୍ରିଟେନ ଯୁବରାଜ ହ୍ୟାରିଙ୍କ ଭାବୀ ପତ୍ନୀ ମେଘାନ୍ ମର୍କଲେଙ୍କ କୃଷ୍ଣବର୍ଣ୍ଣକୁ ନେଇ ପୁଣିଥରେ ଆକ୍ରମଣ ହୋଇଛି । ଏବେ ପ୍ରିନ୍ସ ହ୍ୟାରି ଏବଂ ମେଘାନଙ୍କ ନିକଟକୁ ଏକ ଚିଠି ସହ ଧଳା ପାଉଡର ଉପହାର ଭାବେ କେହି ଜଣେ ବ୍ୟକ୍ତି ପଠାଯାଇଥିବା ଜଣାପଡିଛି । କେବଳ ସେତିକି ନହେଣ ଚିଠିରେ ବର୍ଣ୍ଣବିଦ୍ୱେଷଭରା ବାର୍ତ୍ତା ମଧ୍ୟ ଲେଖା ହୋଇଥିବା ସୂଚନା ମିଳିଛି ।
ଋିପୋର୍ଟ ମୁତାବିକ, ଫେବୃୟାରୀ ୧୨ରେ ପ୍ରିନ୍ସ ହ୍ୟାରି ଏବଂ ମେଘାନଙ୍କ ନିକଟକୁ ଏହି ପତ୍ର ଆସିଥିଲା । ଏ ବିଷୟରେ ଲଣ୍ଡନ ମେଟ୍ରୋପଲିଟାନ ପୋଲିସର ଆତଙ୍କବାଦ ନିରୋଧୀ କମାଣ୍ଡକୁ ମଧ୍ୟ ଅବଗତ କରାଯାଇଥିଲା । ଫେବୃୟାରୀ ୧୩ରେ ଏହାକୁ ବ୍ରିଟେନ ପାର୍ଲାମେଣ୍ଟକୁ ପଠାଇ ଦିଆଯାଇଥଲା ।

ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି । ତେବେ ଚିଠିରେ ଥିବା ପାଉଡର ହାନିକାରକ ନୁହେଣ ବୋଲି ଯାଞ୍ଚ ପରେ ଜଣାପଡିଛି । ତେବେ ଏ ସମ୍ପର୍କରେ କେନସିଙ୍ଗଟନ୍ ପ୍ୟାଲେସର ପ୍ରିନ୍ସ ହ୍ୟାରିଙ୍କ ପ୍ରେସ ସେବା ପକ୍ଷରୁ କୌଣସି ମତାମତ ଦେବାକୁ ମନା କରି ଦିଆଯାଇଛି ।

ସୂଚନା ଅନୁସାରେ ଆମେରିକୀୟ ଅଭିନେତ୍ରୀ ମେଘାନ ଏବଂ ପ୍ରିନ୍ସ ହ୍ୟାରିଙ୍କ ସମ୍ପର୍କ ବିଷୟରେ ୨୦୧୬ରେ ଚର୍ଚ୍ଚା ଆରମ୍ଭ ହେବା ପରେ ଅଭିନେତ୍ରୀଙ୍କ ବଂଶ ବୁୁନିଆଦ ଉପରେ ପ୍ରଶ୍ନ ଉଠାଯାଇଥିଲା । ମେଘାନଙ୍କ ମାତା ଆଫ୍ରିକୀୟ ଆମେରିକୀୟ ହୋଇଥିବା ବେଳେ ତାଙ୍କର କୃଷ୍ଣବର୍ଣ୍ଣକୁ ନେଇ ଶ୍ୱେତାଙ୍ଗ ବହୁଳ ବ୍ରିଟେନରେ ବିଭିନ୍ନ ଢଙ୍ଗରେ ଆପେକ୍ଷ ହୋଇ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More