Only for Entertainment

୫୦ଜଣଙ୍କର ଧୂମପାନ କରିବା ଅଭ୍ୟାସ ଛଡ଼ାଇ ସାରିଲେଣି ୭ବର୍ଷର ହୃଦୟା, ଧୂମପାନ କରୁଥିବା ଲୋକଙ୍କ ଆଗରେ କୁହନ୍ତି ଏଇ ଗୋଟାଏ କଥା…

Dainik Bhaskar
39

୭ବର୍ଷ ବୟସରେ କିଛି ପରିବର୍ତ୍ତନ ଆଣିବା ବିଷୟରେ ଭାବିବା ଏବଂ ତାହାକୁ ସଫଳ କରିବା ପାଇଁ ଚେଷ୍ଟା କରିବା ନିହାତି ଭାବରେ ଏକ ବଡ଼ କଥା । ସେଭଳି କିଛି ଦେଖିବାକୁ ମିଳିଛି ନାସିକରେ । ଏଠାରେ ରହୁଥିବା ୭ବର୍ଷୀୟା ହୃଦୟା ଏ ପର୍ଯ୍ୟନ୍ତ ୫୦ଜଣଙ୍କର ଧୂମପାନ କରିବା ଅଭ୍ୟାସ ଛଡ଼ାଇ ସାରିଥିବା ଜଣା ପଡ଼ିଛି । ଦୋକାନ ଆଗରେ ଠିଆ ହୋଇଥିବା ଲୋକମାନଙ୍କ ପାଖକୁ ଯାଇ, ୪ଦିନ ହେଲାଣି ସିଗାରେଟ ଟାଣି ନାହିଁ । ୨-୩ଟି ସିଗାରେଟ ଦିଅ ବୋଲି କୁହନ୍ତି ହୃଦୟା । ଯାହାକୁ ଶୁଣିବା ପରେ ସେଠାରେ ଠିଆ ହୋଇଥିବା ଲୋକେ ସିଗାରେଟ୍‌ ଫିଙ୍ଗି ଦିଅନ୍ତି । ଏହା ପରେ ହୃଦୟା ସେମାନଙ୍କୁ ‘କୁଇଟ୍‌ ଟବାକୋ ଅଭିଯାନ’ ନାମକ ହ୍ଵାଟସ୍‌ଆପ୍‌ ଗ୍ରୁପରେ ଯୋଡ଼ି ସିଗାରେଟ୍‌ ଅଭ୍ୟାସ ବନ୍ଦ କରିବା ପାଇଁ କହିଥାନ୍ତି । ଏହି ଅଭିଯାନ ଦ୍ୱାରା ୫୦ଜଣ ଲୋକ ଧୂମପାନ କରିବା ଛାଡ଼ି ସାରିଥିବା ଜଣା ପଡ଼ିଛି ।

smoking-cigarette

ତେବେ ଏଭଳି କରିବା ପଛର କାରଣ ପଚରାଯିବା ପରେ, ମୋର ଦାଦା ଧୂମପାନ କରୁଥିବାରୁ ତାଙ୍କୁ କର୍କଟ ରୋଗ ହୋଇଥିଲା । ଧୂମପାନ କରିବା ଖରାପ ବୋଲି ଜାଣି ମଧ୍ୟ ସେ ଧୂମପାନ କରୁଥିଲେ । ଏହା ପରେ ମୁଁ ବାପାଙ୍କୁ ପଚାରିଥିଲି କି, ଧୂମପାନ କରିବା ଦ୍ୱାରା କର୍କଟ ରୋଗ ହୁଏ ବୋଲି ଲୋକେ ଜାଣିଛନ୍ତି କି? ମୋ ପ୍ରଶ୍ନର ଉତ୍ତର ହଁରେ ଦେଇଥିଲେ ବାପା । ଧୂମପାନ କାହିଁକି ଲୋକେ କରନ୍ତି ବୋଲି ପଚାରିବା ପରେ ସେ ଜାଣି ନାହିଁ ବୋଲି କହିଥିଲେ । ଏହା ପରେ ମୁଁ ଲୋକଙ୍କୁ କହିଲେ ସେମାନେ ପିଇବା ଛାଡ଼ିଦେବେ କି? ବୋଲି ବାପାଙ୍କୁ ପଚାରିବା ପରେ ସେ ମୋତେ ଚେଷ୍ଟା କରି ଦେଖ ବୋଲି କହିଥିଲେ । ଯାହା ପରଠାରୁ ମୋର ଅଭିଯାନ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ହୃଦୟା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More