Only for Entertainment

‘ବୀରେ ଦି ୱେଡିଂ’ ଗୀତ ‘ତରିଫା’ରେ ମୁମ୍ବାଇର ଡକ୍ଟର କଲେ ଏପରି ଡ୍ୟାନ୍ସ, ଭିଡିଓ ହେଲା ଭାଇରାଲ

zee news
0 71

କରୀନା କପୁର, ସୋନମ କପୁର, ସ୍ୱରା ଭାସ୍କର ଏବଂ ଶିଖା ତଲ୍ସାନିଆ ନିଜର ଆଗାମୀ ଫିଲ୍ମ ‘ବୀରେ ଦି ୱେଡିଂ’ର ପ୍ରେମୋସନରେ ଜୋରସୋରରେ କରିବାରେ ଲାଗିଛନ୍ତି । ମର୍ଡନ ଝିଅଙ୍କ ବନ୍ଧୁତା ଏବଂ ବିବାହ ଉପରେ ଏହି ଫିଲ୍ମଟି ଆଧାରିତ । ୧ ଜୁନରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର କିଛି ଗୀତ ଏବେ ରିଲିଜ ହେବା ସହିତ ଇଣ୍ଟରନେଟରେ ଟ୍ରେଣ୍ଡ ମଧ୍ୟ କରୁଛି । ଫିଲ୍ମର ପ୍ରଥମ ଗୀତ ରିଲିଜ ହେବା ସହିତ ଗୀତରେ ବାଦଶାହାଙ୍କ ର୍ୟାପକୁ ଲୋକେ ଖୁବ ପସନ୍ଦ କରିଛନ୍ତି ।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ମୁମ୍ବାଇ ଜଣେ ଡକ୍ଟର ନିଜ ସାଥି ସହିତ ତାରିଫା ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଖବର ଅନୁସାରେ ଭିଡିଓରେ ନିଜର ଆସିଥିବା ଏହି ଝିଅର ନାମ ଧନଶ୍ରୀ ବର୍ମା ଏବଂ ସେ ଜଣେ ମେଡିକାଲ ଷ୍ଟୁଡେଣ୍ଟ । ଡେଣ୍ଟିଷ୍ଟ ବିଭାଗରେ ପଢୁଥିବା ଧନଶ୍ରୀଙ୍କର ପଢା ସହିତ ଡ୍ୟାନ୍ସ କରିବାରେ ମଧ୍ୟ ରୁଚି ରହିଛି ଏହା ସହିତ ସେ କୋରିଓଗ୍ରାଫି ମଧ୍ୟ କରନ୍ତି । ୟୁ-ଟ୍ୟୁବରେ ତାରିଫା ଗୀତରେ ତାଙ୍କ ଡ୍ୟାନ୍ସ ଲୋକଙ୍କ ମଧ୍ୟ ଖୁବ ପସନ୍ଦ ଆସିଛି । ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More