Only for Entertainment

ପ୍ରେମ ସମ୍ପର୍କରେ ଥିବାବେଳେ ପୁଅଙ୍କ ଅପେକ୍ଷା ଝିଅ ଅଧିକ କଥା ଲୁଚାନ୍ତି : ଗବେଷଣାରୁ ସ୍ପଷ୍ଟ

shutterstock
28

ଏକ ଗବେଷଣାରୁ ଜଣାପଡ଼ିଛି ଯେ ପ୍ରେମ ସମ୍ପର୍କରେ ଥିବାବେଳେ ପୁଅଙ୍କ ଅପେକ୍ଷା ଝିଅ ଅଧିକ କଥା ଲୁଚାନ୍ତି। ତେଣୁ ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କୁ ଆପଣଙ୍କ ଗାର୍ଲଫ୍ରେଣ୍ଡ ସବୁକିଛି ସତ କହୁଛନ୍ତି, ତେବେ ଏହା ଆପଣଙ୍କ ଭୁଲ୍‌ ଧାରଣା। ପ୍ରତ୍ୟେକ ପ୍ରେମିକା ନିଜ ପ୍ରେମିକଙ୍କୁ କିଛି ନା କିଛି ମିଛ କହିଥାନ୍ତି।

ଗବେଷଣା ମୁତାବକ ଯଦି ଆପଣ ନିଜ ପ୍ରେମିକାଙ୍କ ସମ୍ମୁଖରେ ଅନ୍ୟ କୌଣସି ଝିଅର ପ୍ରଶଂସା କରୁଛନ୍ତି ଓ ଆପଣଙ୍କ ପ୍ରେମିକା ତାଙ୍କୁ ଏଥିରେ କିଛି ଫରକ ପଡ଼ୁ ନାହିଁ ବୋଲି କହୁଛନ୍ତି ତେବେ ଏହା ସେ ମିଛ କହୁଛନ୍ତି ବୋଲି ଜାଣି ରଖନ୍ତୁ। ସେହି କଥାକୁ ସେ ମନରେ ଚାପି ରଖନ୍ତି। ସମୟ ଆସିଲେ ନିଜ ରାଗ ଶୁଝାଇବାରେ ବି ପଛ ଘୁଞ୍ଚା ଦିଅନ୍ତି ନାହିଁ। ସେତେବେଳେ ଆପଣ କିଛି ବି କହିପାରିବେ ନାହିଁ। ଶେଷରେ ଆପଣଙ୍କୁ କ୍ଷମା ମାଗିବାକୁ ପଡ଼ିପାରେ।

ଅନେକ ସମୟରେ ଝିଅମାନେ କହନ୍ତି ସେମାନେ ମେକ୍‌ଅପ୍‌ କରିବାକୁ ପସନ୍ଦ କରନ୍ତି ନାହିଁ। ମାତ୍ର ଗବେଷଣା ଅନୁସାରେ ଝିଅମାନେ ସବୁଠାରୁ ଅଧିକ ସଜାଇ ହେବାରେ ଧ୍ୟାନ ଦିଅନ୍ତି। ସବୁବେଳେ ସୁନ୍ଦର ଦେଖାଯିବା ଲାଗି ଝିଅମାନେ ଚାହିଥାନ୍ତି। ତେଣୁ ମେକ୍‌ଅପ୍‌ ଉପରେ ସେମାନଙ୍କର ଧ୍ୟାନ ରହିଥାଏ।

ପ୍ରେମିକ ତାଙ୍କ ସାଙ୍ଗ ସହ ମଉଜମସ୍ତି କରନ୍ତୁ ବୋଲି ପ୍ରେମିକା କେବେ ବି ପସନ୍ଦ କରନ୍ତି ନାହିଁ। ଯଦିଓ ସେ ଉପର ଠାଉରିଆ ଭାବେ ପ୍ରେମିକଙ୍କୁ କହିଥାନ୍ତି ଯାଅ ସାଙ୍ଗମାନଙ୍କ ସହ ମସ୍ତି କର, ମାତ୍ର ବାସ୍ତବରେ ସେ ମଧ୍ୟ ପ୍ରେମିକଙ୍କ ସହ ମଉଜମସ୍ତିରେ ସାମିଲ ହେବାକୁ ଚାହାନ୍ତି। ବୟଫ୍ରେଣ୍ଡ ସବୁବେଳେ ତାଙ୍କ ସହ ରହନ୍ତୁ ବୋଲି ଗାର୍ଲଫ୍ରେଣ୍ଡ ଚାହିଥାନ୍ତି।

ବେଳେବେଳେ ପ୍ରେମିକ ଯଦି ନିଜ ମନଇଚ୍ଛା କୌଣସି ନିଷ୍ପତ୍ତି ନିଅନ୍ତି ତେବେ ପ୍ରେମିକା କହିଥାନ୍ତି ତମର ଯାହା ଇଚ୍ଛା ହେଉଛି ତାହା କର। ଏହାର ଅର୍ଥ ବୁଝିଯିବା ଉଚିତ ଯେ ଏହି ନିଷ୍ପତ୍ତିରେ ସେ ଖୁସି ନାହାନ୍ତି। ନିଜ ନିଷ୍ପତ୍ତି ଅନୁସାରେ କାମ ହେଉ ବୋଲି ପ୍ରେମିକା ଚାହୁଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More