Only for Entertainment

ଦିଲ୍ଲୀରେ ଯୁବତୀଙ୍କର ହାଇ ଭୋଲଟେଜ ଡ୍ରାମା, ଚାଲାଣ କାଟିବା ସମୟରେ ଦେଲେ ଆତ୍ମହତ୍ୟାର ଧମକ

punjabkesari
42

ଦେଶରେ ଲାଗୁ ହୋଇଥିବା ମୋଟର ଭେହିକିଲ ଆକ୍ଟ ପରେ ପ୍ରତିଦିନ ଲୋକମାନେ ଭାରି ମୂଲ୍ୟର ଚାଲାଣ କାଟୁଛନ୍ତି । ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଚାଲାଣ ୬ ଲକ୍ଷ୍ୟ ଟଙ୍କା । ଚାଲାଣକୁ ନେଇ ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଖୁବ ଯୁକ୍ତିତର୍କ ହେଉଛି । ଏହିଭଳି ଏକ ଘଟଣା ଏବେ ଦିଲ୍ଲୀରେ ଦେଖିବାକୁ ମିଳିଛି । ଏଠାରେ ଏକ ସ୍କୁଟି ଚଳାଉଥିବା ଝିଅ ପୋଲିସ ସହିତ ଯୁକ୍ତି କରିବାକୁ ଲାଗିଲେ ଏବଂ ଆତ୍ମହତ୍ୟା କରିବାର ଧମକ ଦେଲେ । ଘଟଣା ଗତ ଶନିବାରର । ଯେତେବେଳେ ଦିଲ୍ଲୀର କାଶ୍ମୀର ଗେଟ ସାମ୍ନାରେ ଟ୍ରାଫିକ ପୋଲିସ ଯେତେବେଳେ ସ୍କୁଟି ଚଳାଉଥିବା ଝିଅକୁ ଅଟକାଇଲେ ଏଭଳି ଘଟଣା ଘଟିଛି ।

ପୋଲିସର କହିବା ଅନୁସାରେ ଝିଅଟିର ଗାଡ଼ିର ନମ୍ବର ପ୍ଲେଟ ଭାଙ୍ଗି ଯାଇଥିଲା ଏବଂ ଗାଡ଼ି ଚଳାଉଥିବା ସମୟରେ ଫୋନରେ କଥା ହେଉଥେିଲ । ପୋଲିସ ତାକୁ ଅଟକାଇବାରୁ ସେ ହଙ୍ଗାମା କରିଦେଲେ ଏବଂ ଆତ୍ମହତ୍ୟା କରିବାର ଧମକ ଦେଲେ । ପୋଲିସର କହିବା ଅନୁସାରେ ଯୁବତୀ ଜଣକ ମଦମାସଙ୍କ ଭଳି କଥା ହେଲେ ଏବଂ ପରେ ଧମକ ଦେଲେ । ଏହାପରେ ଯୁବକ ଜଣକ ଜୋର ଜୋରରେ କାନ୍ଦିବାକୁ ଲାଗିଲେ ଏବଂ ହେଲମେଟକୁ ଫିଙ୍ଗିଦେଲେ ।

ପ୍ରାୟ ୨୦ ମିନିଟ ଧରି ଚାଲିଲା ଏହି ହାଇ ଭୋଲେଟେଜ ଡ୍ରାମା । ଏହାପରେ ପୋଲିସ ସେହି ଝିଅଟିକୁ ଯିବାକୁ ଦେଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More