Only for Entertainment

ବ୍ରେନ ଟ୍ୟୁମର ସର୍ଜରୀ ସମୟରେ ରୋଗୀ ଶୁଣାଇବାକୁ ଲାଗିଥିଲେ ଯୋକ୍ସ, ଗାଇଲେ ଗୀତ !

0 31

ଯେତେବେଳେ ବି କୌଣସି ସର୍ଜରୀ କଥା ଆସେ ସମସ୍ତଙ୍କ ମନରେ ଏକ ପ୍ରକାର ଛନକା ଆସିଯାଏ ଏବଂ ଯଦି କୌଣସି ଗମ୍ଭୀର ସର୍ଜରୀ କରିବାକୁ ଶୁଣାଯାଏ ତେବେ ରୋଗୀ ମଧ୍ୟ ଛାନିଆ ହୋଇଯାଏ । କିନ୍ତୁ ସୋସିଆଲ ମିଡିଆରେ ସର୍ଜରୀକୁ ନେଇ ଏଭଳି ଏକ ଷ୍ଟୋରୀ ଭାଇରାଲ ହେବାରେ ଲାଗିଛି ଯାହା ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

କିଛି ବଡ ସର୍ଜରୀ କରିବାକୁ ହେଲେ ଡାକ୍ତର ରୋଗୀକୁ ବେହୋଶ କରି ଦିଅନ୍ତି କାରଣ ସେ ଚାହାନ୍ତି ନାହିଁ ଯେ ରୋଗୀ ଭୟଭୀତ ହୋଇଯାଉ । କିନ୍ତୁ ଏକ ଝିଅର ମସ୍ତିକରେ ଟ୍ୟୁମରର ସର୍ଜରୀ ତାଙ୍କ ହୋଶ ଉଡାଇ ଦେଇଛି ।

ସ୍କଟଲାଣ୍ଡର ଗ୍ଲାସଗୋରେ ରହୁଥିବା ସାରାଙ୍କ ମସ୍ତିଷ୍କରେ ଟ୍ୟୁମର ଥିବା କାରଣରୁ ତାଙ୍କ ଜୀବନ କଷ୍ଟକର ହୋଇ ପଡିଥିଲା । ଡାକ୍ତର ତାଙ୍କୁ ଶୀଘ୍ର ସର୍ଜରୀ କରିବାକୁ କହିଥିଲେ ଏବଂ ଏହାମଧ୍ୟ କହିଥିଲେ ଯେ ଏହି ଅପରେସନ ପାଇଁ ୨୪ଘଂଟା ସମୟ ଲାଗିବ । ମାତ୍ର ସାରା ଡାକ୍ତର ଙ୍କୁ ଅନୁରୋଧ କରିଥିଲେ ଯେ ଯେତେ ସମୟ ଅପରେସନ ଚାଲୁ ନା କାହିଁକି ସେ ଚେତାରେ ଥିବା ବେଳେ ତାଙ୍କର ଅପରେସନ କରାଯାଉ । ଆଶ୍ଚର୍ଯ୍ୟର କଥା ଏହା ଯେ ଅପରେସନ ସମୟରେ ସେ ଗୀତ ଗାଉଥିଲେ ଏବଂ ଯୋକ୍ସ ଶୁଣାଉଥିଲେ ।

କେବଳ ସେତିକି ନୁହେଁ ଡାକ୍ତର ମଧ୍ୟ ତାଙ୍କ ଜୋକ ଶୁଣି ହସୁଥିଲେ । ସାରା କହିଛନ୍ତି ଯେତେବେଳେ ଅପରେସନ ଆରମ୍ଭ ହୋଇଥିଲା ଉପସ୍ଥିତ ଡାକ୍ତର ଏବଂ ସେଠାକାର ମାହୋଲ ୧ଘଂଟା ପର୍ଯ୍ୟନ୍ତ ଗମ୍ଭୀର ହୋଇଯାଇଥିଲା । ଏବଂ ସେହି ସମୟରେ ଜଣେ ଡାକ୍ତର କହିଥିଲେ ଉପ୍ସ, ଯାହା ଶୁଣି ସାରା କହିଥିଲେ ମୋ ମୁଣ୍ଡ ଖୋଲି ତୁମେ ଏପରି ଉପ୍ସ କହି ପାରିବ ନାହିଁ । ଯାହା ଶୁଣି ସମସ୍ତେ ହସିବାକୁ ଲାଗିଥିଲେ । ଏହାପରେ ସ୍ପିଚ ଥେରାପିସ୍ଟ କହିଥିଲେ ଗୀତ ଗାଇବାକୁ ।

ସାରା ସେଠାରେ ଉପସ୍ଥିତ ଥିବା ଡାକ୍ତର ଏବଂ ଅନ୍ୟ ମାନଙ୍କୁ ନେଇ ଗୀତ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ କରି ଗାଇବାକୁ ଲାଗିଲେ । ଏହା ତାଙ୍କ ପାଇଁ ଫଳପ୍ରଦ ହୋଇଥିଲା ଏବଂ ସେ ଏବେ ଶୀଘ୍ର ଶୀଘ୍ର ସୁସ୍ଥ ହେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More