Only for Entertainment

କୁମ୍ଭୀରକୁ ଝିଅଟି ବେଷ୍ଟ ଫ୍ରେଣ୍ଡ ମାନି ରଖିଲେ ମୁଦି !

aajtak
0 38

ଆମେରିକାର ଟେକ୍ସାସରେ ଏକ ଝିଅ ୧୩ଫିଟର ଓଜନିଆ କୁମ୍ଭୀରକୁ ନିଜର ଉତ୍ତମ ବନ୍ଧୁ ମାନି ଆସିଛନ୍ତି । କିଛି ଦିନ ତଳେ ତାଙ୍କୁ ଯେତେବେଳେ ୟୁନିଭର୍ସିଟିର ଡିଗ୍ରୀ ମିଳିଥିଲା ସେ ନିଜ ଖୁସି ରୋକି ନପାରି କୁମ୍ଭୀର ପାଖରେ ଆସି ପହଂଚିଥିଲେ ।

ମକେନଜି ନୋଲୈଂଡ କୁମ୍ଭୀରଙ୍କ ସହ ଅନେକ ଫଟୋ ଉଠାଇଲେ ଏବଂ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହାପରେ ସେ ସୋସିଆଲ ସାଇଟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ସବୁଠାରୁ ଖାସ କଥା ହେଉଛି ୨୧ବର୍ଷ ବୟସର ଝିଅ ୱାଇଲ୍ଡ ଲାଇଫ ଏବଂ ଫିଶରିଜରେ ହିଁ ଡିଗ୍ରୀ ହାସିଲ କରିଛନ୍ତି । ସେ ତାଙ୍କ ଗ୍ରାଜୁଏସନ ରିଙ୍ଗ ମଧ୍ୟ ଉକ୍ତ କୁମ୍ଭୀର ନାକ ଉପରେ ରଖି ଦେଇଥିଲେ । ଏହି କୁମ୍ଭୀରର ନାଁ ହେଉଛି ବିଗ ଟେକ୍ସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More