Only for Entertainment

ଯେତେବେଳେ ଗର୍ଲଫ୍ରେଣ୍ଡ ବିବାହ କରିବା ପାଇଁ ଅସ୍ୱୀକାର କରିଦେଲେ ,ବୟଫ୍ରେଣ୍ଡ ଟଙ୍କାରେ ଲଗାଇଦେଲେ ନିଆଁ ।

easy wedding
0 32

ମଧ୍ୟପ୍ରଦେଶର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କାକୁ ଜଳାଇ ଦେଇଛନ୍ତି ।  ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ମୁତାବିକ ମଧ୍ୟପ୍ରଦେଶ ସିହୋରର ଏକ ବ୍ୟକ୍ତି ପ୍ରେମିକା ସହ ବିବାହ କରିବା ଲାଗି ନିଜ କମ୍ପାନୀରୁ ୬.୭୪ଲକ୍ଷ ଚୋରିକରି ନେଇଯାଇଥିଲେ, କିନ୍ତୁ ସେହି ଯୁବତୀ ଜଣକ ବିବାହ ପାଇଁ ମନା କରିଦେବାରୁ ରାଗି ଯାଇ ୫ଲକ୍ଷ ଟଙ୍କାକୁ ନିଆଁରେ ଜାଳି ଦେଇଛନ୍ତି ।

ରିପୋର୍ଟ ମୁତାବକ ନସରୁଲ୍ଲାଗଂଜ ପୁଲିସ ଥାନାର ପ୍ରଭାରୀ ନିରୀକ୍ଷକ ନିରଂଜନ ଶର୍ମା କହିଛନ୍ତି ଯେ ଆରୋପିଙ୍କ ପରିଚୟ ସ୍ପନ୍ଦନ ସ୍ଫୁର୍ତ୍ତି ବିତ୍ତ କମ୍ପାନୀ କ୍ୟାସିଅର ଜିତେନ୍ଦ୍ର ଗୋୟଲଙ୍କ ଜରିଆରେ ଜଣାପଡିଛି । ଆରୋପି ଜଣକ କମ୍ପାନୀ ଲକରରୁ ଅପ୍ରେଲ ୧୮ରେ ୬.୪୭ଲକ୍ଷ ନେଇ ଅର୍ନ୍ତଧ୍ୟାନ ହୋଇଯାଇଥିଲେ ।

କମ୍ପାନୀ ପ୍ରବନ୍ଧକ ରାଜେଶ ସୋମୈୟା ଏହି ମାମଲାରେ ପୁଲିସ ପାଖରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ସୂଚନା ମିଳିଲା ପରେ ପୁଲିସ ୨୪ଘଂଟା ମଧ୍ୟରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ପଚରାଉଚରା କରିବାରୁ ଏହାର ସମ୍ପୁର୍ଣ୍ଣ ତଥ୍ୟ ପୁଲିସକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More