Only for Entertainment

ଏଭଳି ପୁଅଙ୍କଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ଝିଅ

you tube
0 57

ବେଳେବେଳେ ଜଣେ ପୁଅ ଏବଂ ଝିଅ ମଧ୍ୟରେ ଭଲ ବନ୍ଧୁତା ହେବା ସହ ସମୟ କ୍ରମେ ଭଲପାଇବା ଆସି ଯାଇଥାଏ । ଏଇଟା ତ ଆପଣମାନେ ଜାଣି ସାରିଥିବେ ଭଲ ପ୍ରେମୀ ହେବା ପାଇଁ ହେଲେ ଭଲ ବନ୍ଧୁ ହେବା ନିହାତି ଦରକାର । କିନ୍ତୁ ବେଳେ ବେଳେ କିଛି ପୁଅ ବନ୍ଧୁତା ସ୍ଥାପନ କରିବା ନିଶାରେ କିଛି ଏମିତି କରି ଯାଆନ୍ତି, ଯାହା ଦ୍ୱାରା ସେମାନଙ୍କ ସଂପର୍କ ବନିବା ପୂର୍ବରୁ ଭାଙ୍ଗି ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ଭଳି ପୁଅମାନଙ୍କଠାରୁ ଝିଅମାନେ ଦୂରେଇ ରହିବା ପସନ୍ଦ କରିବା ସହ ସେମାନଙ୍କୁ ନିଜ ସାଙ୍ଗ ମଧ୍ୟ କରିବାକୁ ଚାହିଁ ନଥାନ୍ତି ।

  • ଯେଉଁ ପୁଅମାନେ ଚୁମ୍ବନ ଦେବାରେ ଉସ୍ତାଦ ହୋଇ ନ ଥାନ୍ତି ସେ ଭଳି ପୁଅମାନଙ୍କୁ ଜୀବନସାଥୀ କରିବାକୁ ଝିଅମାନେ ପସନ୍ଦ କରନ୍ତି ନାହିଁ ।
  • ଯେଉଁ ପୁଅମାନେ ସବୁବେଳେ ନିଜ ବିଷୟରେ ବଡ଼ କରି କହିବାକୁ ପସନ୍ଦ କରିବା ସହ ଅନ୍ୟକାହା କଥାକୁ ଶୁଣୁ ନ ଥିବେ, ସେଭଳି ପୁଅଙ୍କ ସହ କଥା ହେବାକୁ ମଧ୍ୟ ଝିଅମାନେ ପସନ୍ଦ କରନ୍ତି ନାହିଁ ।
  • ଝିଅମାନଙ୍କୁ ନିଜର ପ୍ରଶଂସା ଶୁଣିବାକୁ ବହୁତ ଭଲ ଲାଗେ । ଯଦି ଜଣେ ପୁଅକୁ ଭଲ ଭାବରେ ପ୍ରଶଂସା କରି ଆସୁନାହିଁ ବା ସେ କେବଳ ନିଜର ପ୍ରଶଂସା କରୁଛି, ସେଭଳି ପୁଅଙ୍କ ସହ ବନ୍ଧୁତା କରିବାକୁ ମଧ୍ୟ ଝିଅମାନେ ପସନ୍ଦ କରନ୍ତି ନାହିଁ ।
  • କିଛି ପୁଅଙ୍କର ଖାଇବା ଶୈଳୀକୁ ଦେଖି ଝିଅମାନେ ଦୂରକୁ ଚାଲି ଯାଇଥାଆନ୍ତି । ଖାଇବା ସମୟରେ କିଛି ପୁରୁଷ ଶବ୍ଦ କରିଥାଆନ୍ତି । ଏଭଳି ପୁରୁଷଙ୍କଠାରୁ ଦୂରେଇ ରହିବାକୁ ହିଁ ଝିଅମାନେ ଠିକ୍‌ ଭାବି ଥାଆନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More