Only for Entertainment

ସବୁବେଳେ ନିଜ ସାଥୀ ପାଇଁ ବିଶ୍ୱସ୍ତ ହୋଇଥାଆନ୍ତି ଏହି ଅକ୍ଷରର ମହିଳା !

CITY HYDERABAD
0 76

ସମସ୍ତଙ୍କୁ ସଚୋଟ ସାଥୀ ଆବଶ୍ୟକ । କେହି ଚାହାନ୍ତି ନାହିଁ ଯେ ତାଙ୍କୁ କେବେ ପ୍ରେମରେ ଧୋକା ମିଳୁ । ସେମିତିବି ପାର୍ଟନର ଦେଖିବା ପୂର୍ବରୁ ଅନେକ ଜିନିଷ ତାମଧ୍ୟରେ ଦେଖିଥିାଆନ୍ତି କିଛି ଲୋକ ତାପରେ ଯାଇ କୌଣସି ନିଷ୍ପତ୍ତି ନିଅନ୍ତି । କିନ୍ତୁଏସବୁ ପରେ ଆପଣ ତାଙ୍କ ନାଁ ଉପରେ ଥରେ ନଜର ପକାନ୍ତୁ । ଅସଲରେ ଆମ ନାଁ ଆମ ବ୍ୟବହାର ସହ ଆମ ବ୍ୟକ୍ତିତ୍ୱ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ସେହି ଝିଅମାନଙ୍କୁ ବିଷୟରେ ଯିଏ ସବୁବେଳେ ନିଜ ପାର୍ଟନର ସହ ବିଶ୍ୱାସୀ ରୁହନ୍ତି ।

ଅକ୍ଷର A
ଇ ଅକ୍ଷର ଥିବା ମହିଳା ନିଜ ପାର୍ଟନରଙ୍କୁ ସବୁକିଛି ମାନନ୍ତି । ଏହାସହ ପାର୍ଟନରଙ୍କ ସହ ସବୁବେଳେ ବିଶ୍ୱାସୀ ଅଟନ୍ତି । ନିଜ ପାର୍ଟନରକୁ ଖୁସି ରଖିବା ସେମାନଙ୍କୁ ସହଜରେ ଜଣା । ଆପଣ ବିନା କୌଣସି ଦ୍ୱେଷରେ ଏହି ଅକ୍ଷର ଆରମ୍ଭ ମହିଳାଙ୍କୁ ଡେଟ କରି ବିବାହ କରି ପାରନ୍ତି ।

ଅକ୍ଷର D
ଏହି ଅକ୍ଷରଧାରୀ ମହିଳା ଖୁବ ରୋମାଂଟିକ ହୋଇଥାଆନ୍ତି । ନିଜ ସାଥୀ ପାଇଁ ଖୁବ ଯତ୍ନବାନ ହୋଇଥାଆନ୍ତି । କାମରେ ବ୍ୟସ୍ତ ଥିଲେ ମଧ୍ୟ ନିଜ ସାଥୀର ଭଲ ଧ୍ୟାନ ରଖନ୍ତି । ଏହି ଅକ୍ଷରଧାରୀ ମହିଳା ଖୁବ ବିଶ୍ୱାସନୀୟ ଅଟନ୍ତି ।

ଅକ୍ଷର G
ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାଁ’ର ମହିଳା ସ୍ୱଭାବରେ ଜିଦ୍ଧିଆ ହୋଇଥାଆନ୍ତି ମାତ୍ର ହୃଦୟ ତାଙ୍କର ନିର୍ମଳ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଅକ୍ଷରର ମହିଳା ଖୁବ ପରିଶ୍ରମୀ । ଯଦି ରିଲେସନସିପ ବିଷୟରେ କୁହାଯାଏ ତେବେ ଆପଣ ଆଖି ବନ୍ଦ କରି ଏହି ଅକ୍ଷର ମହିଳାଙ୍କୁ ବିଶ୍ୱାସ କରି ପାରିବେ, କାରଣ ଏମାନେ ଯାହାକୁ ଥରେ ନିଜର ମାନି ନିଅନ୍ତି ତାକୁ କେବେ ଛାଡନ୍ତି ନାହିଁ ।

ଅକ୍ଷର M
ଏହି ନାଁରେ ଥିବା ମହିଳା ସହଜରେ ପ୍ରେମରେ ପଡନ୍ତି ନାହିଁ । ଏମାନେ ବହୁତ ଭାବି ଚିନ୍ତି ନିଜ ପାର୍ଟନର ବାଛି ଥାଆନ୍ତି । କିନ୍ତୁ ଯଦି ଥରେ ପ୍ରେମରେ ପଡିଯାଆନ୍ତି ତେବେ ସାଥୀକୁ ଖୁବ ଭଲ ପାଆନ୍ତି । କେବଳ ସେତିକି ନୁହେଁ ଏହି ନାଁ ଧାରୀ ମହିଳା ନିଜ ପାର୍ଟନର କୁ ଖୁବ ସମ୍ମାନ ମଧ୍ୟ କରନ୍ତି ।

ଅକ୍ଷର S
ଏହି ଅକ୍ଷରର ମହିଳା ନିଜ ଜୀବନସାଥୀକୁ ନେଇ ଖୁବ ଗମ୍ଭୀର ହୋଇ ଥାଆନ୍ତି । ଏଭଳି ମହିଳାଙ୍କ ମଧ୍ୟରେ ଧୈର୍ଯ୍ୟ ଅନେକ ଥାଏ । ନିଜ କ୍ୟାରିଅର ଏବଂ ସମ୍ପର୍କକୁ ଖୁବ ଭଲ ଭାବେ ତୁଲାଇଥାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More