Only for Entertainment

ପ୍ରତ୍ୟେକ କ୍ଷେତ୍ରରେ ଝିଅମାନଙ୍କୁ ଆଗକୁ ବଢିବାର ମଉକା ଦିଆଯିବା ଦରକାର : ପ୍ରିୟଙ୍କା ଚୋପ୍ରା ।

you tube
32

ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ଗୁରୁବାର ଏକ ଭିଡିଓ ଜାରି କରାଯାଇଛି । ଏହି ୟୁଟ୍ୟୁବ ଭିଡିଓରେ ଅଭିନେତ୍ରୀ ପ୍ରିୟଙ୍କା ଚେପ୍ରାଙ୍କୁ ଦେଖିବାକୁ ମିଳିଛି । ଭିଡିଓରେ ସେ କହିଛନ୍ତି ଯେ ଝିଅମାନଙ୍କୁ ତାଙ୍କର ସ୍ୱପ୍ନ ପୂରା କରିବାର ମଉକା ଦେବା ଦରକାର । ଝିଅମାନେ ସବୁ କିଛି କରିପାରିବେ । ଭାରତରେ ଝିଅମାନଙ୍କର ଶିକ୍ଷାର ମହତ୍ୱ ଉପରେ ସମସ୍ତଙ୍କୁ ଜାଗୃକତ କରାଇବା ଲକ୍ଷରେ ୟୁଟ୍ୟୁବରେ ଏହି ଭିଡିଓ ଜାରି କରାଯାଇଛି ।

ପ୍ରିୟଙ୍କା, ଭୁବନ ବାମ, ପ୍ରାଜକ୍ତା କୋଲି ଏବଂ ବିଦ୍ୟା ବୋକ୍ସ ମିଶି ୟୁଟ୍ୟୁବରେ ବାଳିକାମାନଙ୍କର ଶିକ୍ଷାର ମହତ୍ୱ ଉପରେ ବିଜ୍ଞାପନ ଜାରି କରିବେ । ଏହି କ୍ରମରେ ଆଗାମୀ କିଛି ସପ୍ତାହରେ ୪ଟି ବଜ୍ଞାପନ ଜାରି କରାଯିବ । ଅଭିନେତ୍ରୀ ପ୍ରିୟଙ୍କା ୟୁନିସେଫର ରାଜଦୂତ ହୋଇଥିବା ବେଳେ ଏହି ଭିଡିଓ ଜରିଆରେ ମଧ୍ୟ ସେ ବାଳିକାମାନଙ୍କ ଶିକ୍ଷାକୁ ଗୁରୁତ୍ୱ ଦେବା ପାଇଁ କହିଛନ୍ତି ।

ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ଜାରି କରାଯାଇଥିବା ଭିଡିଓରେ ପ୍ରିୟଙ୍କା କହିଛନ୍ତି, ଗୋଟିଏ ଝିଅ ବଡ ହେବା ସହିତ ତା ଉପରେ ନିର୍ଦ୍ଦେଶର ସୂଚୀ ମଧ୍ୟ ପ୍ରସ୍ତୁତ ହୋଇଯାଏ । ଯେପରି ଝିଅମାନେ ଖେଳ କୁଦ କରିନ୍ତି ନାହିଁ । ଝିଅମାନେ ବଡ ପାଟିରେ କଥା କୁହନ୍ତି ନାହିଁ । ପଢାରେ କ’ଣ ଅଛି, ଘର ତ ସମ୍ବାଳିକାର ଅଛି । ତେବେ ଝିଅମାନେ କ’ଣ କରିପାରିବେ ? ନିଜ ସ୍ୱପ୍ନକୁ ସାକାର କରି ଝିଅମାନେ ବହତ କିଛି କରିପାରିବେ ।

ଏହି ଭିଡିଓକୁ ଝିଅମାନଙ୍କ ସବୁକ୍ଷେତ୍ରରେ ଆଗକୁ ବଢିବାର ଆଗ୍ରହ ଦେବା ଲକ୍ଷରେ ପ୍ରସ୍ତୁତ କରାଯାଇଛି । ପ୍ରିୟଙ୍କାଙ୍କ କହିବା ଅନୁସାରେ ବର୍ତ୍ତମାନ ୨୫ କୋଟିରୁ ଅଧିକ ଛୁଆ ସ୍କୁଲ ଯାଉନାହାଁନ୍ତି । ତେଣୁ ଏଥିପାଇଁ ସାମାଜିକ ସ୍ତରରେ ଅଧିକରୁ ଅଧିକ ପ୍ରୟାସ କରାଯିବା ଦରକାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More