Only for Entertainment

ମହିଳାଙ୍କୁ ଦିଅନ୍ତୁ ଏଭଳି ଉପହାର ।

12

ଶାସ୍ତ୍ରରେ ମହିଳାଙ୍କୁ ମାଆ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଇଛି। ଯଦି ସେମାନେ ଖୁସି ରୁହନ୍ତି ତେବେ ଘରେ କେବେ ମଧ୍ୟ ଧନର ଅଭାବ ହୁଏ ନାହିଁ। ଯଦି କୌଣସି ପୁରୁଷ ଧନବାନ ହେବାକୁ ଚାହୁଁଥାନ୍ତି ତେବେ କେବେ ବି ନିଜ ଘରର ମହିଳାଙ୍କୁ ଦୁଃଖ ଦିଅନ୍ତୁ ନାହିଁ। କିଛି ଏପରି ଜିନିଷ ରହିଛି ଯାହା ଦେବା ଦ୍ୱାରା ମହିଳାମାନେ ଖୁସି ହୋଇଥାନ୍ତି। ଏହି ଦ୍ରବ୍ୟ ଦେବା ଦ୍ୱାରା ଘରେ କେବେ ବି ଝଗଡା ହୋଇ ନଥାଏ।

ଘରର ମହିଳାଙ୍କୁ ଉପହାରରେ ଶାଢୀ ଦେବା ଉଚିତ। ପତ୍ନୀ, ମା, ଝିଅ ଓ ଭଉଣୀ ଭଲ ଓ ସୁନ୍ଦର ପୋଷାକ ପିନ୍ଧିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କ କୃପା ପାଇଥାନ୍ତି। ଅପରିଷ୍କାର ପୋଷାକ ପିନ୍ଧିବା ଦ୍ବାରା ପରିବାରରେ ଝଗଡା, ଧନହାନି, ସମ୍ମାନ ହାନି ହୋଇଥାଏ।
ଘରର ମହିଳାମାନେ ସର୍ବଦା ଗହଣା ପିନ୍ଧି ସଜେଇ ହେବା ଉଚିତ। ଏହାଦ୍ବାରା ଘରେ ସର୍ବଦା ଧନ-ସମ୍ପତ୍ତି ପରିପୂର୍ଣ୍ଣ ହୋଇ ରହିଥାଏ। ଯେକୌଣସି ବିଶେଷ ପର୍ବରେ ମହିଳାମାନଙ୍କୁ ଗହଣା ଉପହାର ଦିଅନ୍ତୁ। ଏହାଦ୍ବାରା ଆପଣଙ୍କର ରୋଜଗାରରେ ଉନ୍ନତି ହେବ।

ମିଠା କଥା କହିବା ଦ୍ୱାରା ସମସ୍ତେ ଖୁସି ହୋଇଥାନ୍ତି। ସର୍ବଦା ଘରର ମହିଳାଙ୍କୁ ସମ୍ମାନ ଦେବା ସହ ଭଲରେ କଥା ହୁଅନ୍ତୁ। ଏହାଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ବଜାୟ ରହିବା ସହ ସମସ୍ତ କ୍ଷେତ୍ରରେ ଉନ୍ନତି ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More