Only for Entertainment

ଏବେ ଛେଳିମାନଙ୍କ ଫୌଜ ଲିଭାଇବେ ନିଆଁ, ଏହି ଦେଶ ତିଆରି କଲେ ସେନା !

60

ଆପଣ ମନୁଷ୍ୟ ସହ କୁକୁରଙ୍କ ଫୌଜ ବିଷୟରେ ଶୁଣିଥିବେ କିନ୍ତୁ କେବେ ଶୁଣିଛନ୍ତି କୌଣସି ଦେଶରେ ଛେଳିଙ୍କ ଫୌଜ ହୋଇଛି । ଆଜ୍ଞା ହଁ ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ , ଅର୍ଥାତ ପର୍ତୁଗାଲରେ ଯେଉଁଠି ଜଙ୍ଗଲରେ ନିଆଁକୁ କାବୁ କରିବା ପାଇଁ ଛେଳିଙ୍କ ଫୌଜ ପ୍ରସ୍ତୁତ କରାଯାଉଛି ।

ଏଠାରେ ଆମେ କହି ରଖୁଛୁ ଯେ ପର୍ତୁଗାଲରେ ଜଙ୍ଗଲରେ ନିଆଁ ଲାଗିବା ସାଧାରଣ କଥା ଯେଉଁକାରଣରୁ ସରକାର ଖୁବ ଚିନ୍ତିତ । ଏହାକୁ କାବୁ କରିବା ପାଇଁ ସରକାର ଛେଳିଙ୍କୁ ବ୍ୟବହାର କରିଛନ୍ତି । ଏବେ ଆପଣ ଭାବୁଥିବେ ଛେଳିମାନେ କିଭଳି ଜଙ୍ଗଲରେ ନିଆଁ ଲାଗିବାକୁ ବଂଚାଇ ପାରିବେ ।

ଅସଲରେ ପ୍ରଥମେ ଯେତେବେଳେ ଗାଁ’ରେ ଛେଳି ଏବଂ ମଇଁଷି ପାଳନ ଅଧିକ ହେଉଥିଲା ଏହି ପଶୁ ଗାଁ ପର୍ଯ୍ୟନ୍ତ ଜଙ୍ଗଲକୁ ପହଂଚିବାକୁ ଦେଉ ନଥିଲେ । ଚାରା ରୁପରେ ସେମାନେ ଜଙ୍ଗଲକୁ ଭୋଜନ ବନାଉଥିଲେ । ଯେଉଁ କାରଣରୁ ଜଙ୍ଗଲ ଗାଁ ପର୍ଯ୍ୟନ୍ତ ବ୍ୟାପି ପାରୁନଥିଲା । କିନ୍ତୁ ଯେତେବେଳେ ଗାଁ ଲୋକ ସହରକୁ ପଳାଇଲେ ଜଙ୍ଗଲ ଗାଁ’ ମଧ୍ୟକୁ ପ୍ରବେଶ କରିବାରେ ଲାଗିଲା । ଗାଁ’ର ଛୋଟ ଛୋଟ ଭୂଲ କାରଣରୁ ଜଙ୍ଗଲରେ ନିଆଁ ଲାଗିବାକୁ ଲାଗିଲା ।

 

ପର୍ତୁଗାଲ ସରକାର ଯେତେବେଳେ ଏହାର ସମାଧାନ ପାଇଁ ଛେଳିମାନଙ୍କ ସଂଖ୍ୟା ବଢାଇଲେ, ନିଆଁ ଲାଗିବା ଘଟଣା ଧୀରେ ଧୀରେ କମିବା ଆରମ୍ଭ କଲା । ସରକାର ଏହି ଯୋଜନାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରିଦେଲେ । ଏଥିରେ ସଫଳତା ମିଳିବା ପରେ ଏବେ ସରକାର ଏହି ଫର୍ମୂଲାକୁ ଦେଶର ଅନେକ ସ୍ଥାନରେ ଲାଗୁ କରିବେ ବୋଲି ବିଚାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More