Only for Entertainment

ଠିକ ରାସ୍ତାରେ ଥିଲେ ଭଗବାନ ରକ୍ଷା କରନ୍ତି ।

railyatri.in
0 81

ମହର୍ଷି ଦଧିଚି ବାଲ୍ୟକାଳରୁ ପରୋପକାରୀ ଏବଂ ସାହସୀ ଥିଲେ । ଏକଦା ଏକ ଗଛ ଉପରେ ଏକ ବିଷାକ୍ତ ସାପ ଚଢିଗଲା । ସେହି ଗଛ ଉପରେ ଏକ ଶୁଆର ପରିବାର ବାସ କରୁଥିଲେ । ସାପଟି ସେହି ଶୁଆର ଛୁଆକୁ ଧରିନେଲା ତେଣୁ ଶୁଆ ଏବଂ ତାହାର ସ୍ତ୍ରୀ ଅସ୍ତବ୍ୟସ୍ତ ହୋଇପଡ଼ିଲେ । ଗଛ ତଳେ ଭିଡ଼ ଜମିଗଲା, କିନ୍ତୁ କେହି ମଧ୍ୟ ଶୁଆର ଛୁଆକୁ ବଂଚାଇବାର ସାହସ କଲେ ନାହିଁ । ପାଖରେ ଦଧିଚି ଖେଳୁଥିଲେ ଏବଂ ଶବ୍ଦ ଶୁଣି ସେ ସେହି ସ୍ଥାନରେ ପହଂଚିଲେ । ଘଟଣାଟି ଜାଣିବାପରେ ସେ ହଠାତ ଗଛରେ ଚଢିଗଲେ । ତଳେ ଛିଡ଼ା ହୋଇଥଇବା ଲୋକ ଚିଲେଇବାକୁ ଲାଗିଲେ । କହିଲେ ‘ଦଧିଚି ତଳକୁ ଆସିଯାଅ ସାପ ଦଂଶିଦେବ’ । ଦଧିଚି କହିଲେ ଜୀବକୁ ବଂଚାଇବା ଆମର ଧର୍ମ । ମୁଁ ଶୁଆକୁ ଏଭଳି ଅସୁବିଧାରେ ଛାଡ଼ି ଯାଇ ପାରିବିନି ।

ସେ ସାପ ମୁହଁକୁ ବାଡ଼ି ମାରି ମାରି ଶୁଆର ଛୁଆକୁ ବଂଚାଇଲେ । ଛୁଆକୁ ଦେଖିବାପରେ ତା ବାପା ମା ବହୁତ ଖ୍ୁବ ଖୁସି ହୋଇଗଲେ । ସାପ ପୁଣିଥରେ ମାରିବା ପୂର୍ବରୁ ସେ ଗଛ ତଳକୁ ଡେଇଁ ପଡ଼ିଲେ । ଲୋକ ପଚାରିଲେ ଦଧିଚି ତୁମକୁ ଡର ଲାଗିଲାନି । ମହର୍ଷି କହିଲେ ଡରିବାର କ’ଣ ଅଛି । ଖରାପ କାମ କଲେ ଡର ଲାଗେ । ଭଲ କାମ କରୁଥିବା ଲୋକଙ୍କୁ ଭଗବାନ ରକ୍ଷା କରନ୍ତି । ଦଧିଚି ତାଙ୍କର ଏହି ସୁଗୁଣ ପାଇଁ ଏତେ ପ୍ରସିଦ୍ଧ ହୋଇଗଲେଯେ ସେ ତାଙ୍କ ଶରୀରର ହାଡକୁ ରାକ୍ଷସର ନିଧନ ପାଇଁ ଦାନ କରିଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More