Only for Entertainment

ବକ୍ସ ଅଫିସରେ ସାମ୍ନା-ସାମ୍ନି ହେବେ ଅକ୍ଷୟ ଓ ଜନ୍ ଗୋଟିଏ ଦିନରେ ରିଲିଜ୍ ହେବ ଦୁହିଁଙ୍କ ଫିଲ୍ମ

dna india
0 48

ବଲିଉଡ୍ର ଦେଶି ବଏଜ୍ ଭାବେ ଜଣାଯାଉଥିବା ଅଭିନେତା ଅକ୍ଷୟ କୁମାର୍ ଓ ଜନଙ୍କ ମଧ୍ୟରେ ହେବାକୁ ଯାଉଛି ଜୋର୍ ଦାର୍ ଟକ୍କର୍ । ବି-ଟାଉନରେ ଭଲ ବନ୍ଧୁ ଭାବେ ଜଣାଯାଉଥିବା ଏହି ଦୁଇ ନାୟକ ହେବେ ସାମ୍ନା – ସାମ୍ନି । ହେଲେ ଏହି ଟକ୍କର୍ ହେବ ବକ୍ସ ଅଫିସରେ । ଅକ୍ଷୟ ଓ ଜନଙ୍କ ବ୍ରୋମାନ୍ସ ବେଶ୍ ପସନ୍ଦ ଆସିଥାଏ ଦର୍ଶକଙ୍କୁ । ଦୁହିଁଙ୍କୁ ଏକାଠି ଦେଶୀ ବଏଜ୍, ଗରମ ମାସାଲା ଭଳି ସିନେମାରେ ଦେଖିବାକୁ ମିଳିଛି । ହେଲେ ଏବେ ଏକାଠି ନୁହେଁ ଭିନ୍ନ ଭିନ୍ନ ସିନେମା ଜରିଆରେ ପରଦାକୁ ଆସିବାକୁ ଯାଉଛନ୍ତି ଏମାନେ । ଆଉ ଯାହାକୁ ନେଇ ହେବାକୁ ଯାଉଛି ବକ୍ସଅଫିସ୍ କ୍ଲାସ୍ । କାରଣ ଗୋଟିଏ ଦିନରେ ମୁକ୍ତିଲାଭ କରିବ ଜନଙ୍କ ଫିଲ୍ମ ସତ୍ୟମେବ ଜୟତେ ଓ ଅକ୍ଷୟ କୁମାର୍ଙ୍କ ଗୋଲ୍ଡ । ଏହି ଦୁଇଟି ସିନେମା ସତ୍ୟ, ନିଷ୍ଠା ଓ ଦେଶଭକ୍ତି ଉପରେ ହିଁ ଆଧାରିତ ହୋଇଛି । ଆଉ ଉଭୟ ସିନେମା ଅଗଷ୍ଟ ୧୫ ସ୍ୱାଧିନତା ଦିବସ ଅବସରରେ ମୁକ୍ତିଲାଭ କରିବ ।

 

ଅକ୍ଷୟ କୁମାର୍ଙ୍କ ‘ଗୋଲ୍ଡ’ ଏକ ସତ କାହାଣୀକୁ ନେଇ ଗତିଶୀଳ ହୋଇଛି । ୧୯୪୮ ମସିହାରେ ଭାରତୀୟ ହକି ଟିମ୍ କିଭଳି ଦେଶପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତନ୍ତି ସେହି କାହାଣୀ ଦେଖିବାକୁ ମିଳିବ ଏହି ସିନେମାରେ । ଫିଲ୍ମରେ ହକି କୋଚ୍ ତପନ ଦାସ ଚରିତ୍ର ଅଭିନେତା ଅକ୍ଷୟ କୁମାର୍ଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ । ଫିଲ୍ମରେ ଅନ୍ୟାନ ପ୍ରମୁଖ ଭୂମିକାରେ ନଜର ଆସିବେ କୁନାଲ୍ କପୁର, ଅମିତ୍ ସାଦ, ଭିନୀତ୍ ସିଂ, ସନ୍ନି କୌଶଲ୍ ଆଦି କଳାକାର । ରିତେଶ ସିଦ୍ଧୱାନି ଓ ଫରହାନ୍ ଅଖତର୍ଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରୀମା କାଗ୍ତି ।

 

ସେହିପରି ଜନଙ୍କ ସତ୍ୟମେବ ଜୟତେ ଏକ ରିଭେଂଜ୍ ଡ୍ରାମା କାହାଣୀକୁ ନେଇ ଗତିଶୀଳ ହୋଇଛି । ଫିଲ୍ମରେ ମୁମ୍ବାଇ ପୋଲିସ୍ ଡିପାର୍ଟମେଂଟ୍ରେ ହେଉଥିବା ଦୁର୍ନୀତି ଏବଂ କରପ୍ଟ ପୋଲିସ୍ ଅଫିସର୍ଙ୍କୁ ମାରିବା କାମ କରନ୍ତି ଜନ୍ । ଆଉ ତାଙ୍କର ଏଭଳି ଆଇନ୍ ବିରୋଧି କାମକୁ ରୋକିବା ପାଇଁ ଚେଷ୍ଟା କରନ୍ତି ଆଉ ଜଣେ ପୋଲିସ୍ ଅଫିସର୍ । ଯେଉଁ ଚରିତ୍ରକୁ ପରଦାରେ ତୁଲାଇଛନ୍ତି ଅଭିନେତା ମନୋଜ ବାଜପୈୟୀ । ଫିଲ୍ମରେ ଜନ୍ ଆବ୍ରାମ୍ଙ୍କ ଭରପୁର ଆକ୍ସନ ଦେଖିବାକୁ ପାଇବେ ଦର୍ଶକ । ଭୂଷଣ କୁମାର୍ ଓ କ୍ରିଷ୍ଣା କୁମାର୍ଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମିଲାପ୍ ମିଲନ୍ ଜାଭେରି ।

 

ଏବେ ଦେଖିବାକୁ ବାକି ରହିଲା ଏହି ଦୁଇଟି ସିନେମା ମଧ୍ୟ ଦର୍ଶକ କାହାକୁ କରୁଛନ୍ତି ବେଶି ପସନ୍ଦ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More