Only for Entertainment

ଅଳଙ୍କାରକୁ ଚମକଦାର ରଖିବାକୁ ଚାହାନ୍ତି ? ତେବେ ଏପରି ନିଅନ୍ତୁ ଯତ୍ନ

stz.india.com
0 40

ଦାମୀ ଅଳଙ୍କାର ବା ଫ୍ୟାଶନ୍ ଗହଣାକୁ ଅଧିକ ସମୟ ପର୍ୟ୍ୟନ୍ତ ବ୍ୟବହାର କରିବା ପାଇଁ ଏହାର ଯତ୍ନ ନେବା ଆବଶ୍ୟକ । ନିଜ ଫ୍ୟାଶନ ଗହଣାର ଚମକକୁ ବଜାୟ ରଖିବା ପାଇଁ ତାର ଉଚିତ ଯତ୍ନ ନେବା ଦରକାର । ଫ୍ୟାଶନ୍ ଗହଣାକୁ ପ୍ରତ୍ୟେକ ଦିନ ବ୍ୟବହାର କରନ୍ତୁ ନାହିଁ କିମ୍ବା ଏହାକୁ ଏସିଡ୍, ଆଲକୋହଲ୍, ଭିନେଗାର ବା ଆମୋନିୟା ଭଳି କ୍ଲିନ୍ଜର୍ ରେ ସଫା କରନ୍ତୁ ନାହିଁ ।

ଅଳଙ୍କାରକୁ ସଫା ଓ ଶୁଷ୍କ ରଖନ୍ତୁ । ଫ୍ୟାଶନ ଗହଣା କୌଣସି ପ୍ରକାର କ୍ରିମ୍, କେମିକାଲ୍ ଉତ୍ପାଦ, ଲୋଶନ୍, ପରଫ୍ୟୁମ୍, ତେଲ କିମ୍ବା ପାଣି ସଂସ୍ପର୍ଶରେ ଆସିଲେ ନିଜର ଅସଲି ରଙ୍ଗ ହରାଇଥାନ୍ତି ।

ପିତ୍ତଳ, ତମ୍ବା ବା ବ୍ରୋଞ୍ଜର ଅଳଙ୍କାର ଅକ୍ସିଡାଇଜ୍ ହୋଇ ନିଜର ଅସଲି ରଙ୍ଗ ହରାଇଥାନ୍ତି । ସେଥିପାଇଁ କ୍ରିମ୍, ପର୍‌ଫ୍ୟୁମ୍ ଆଦି ଲଗାଇବା ପୂର୍ବରୁ ନିଜ ଗହଣାକୁ ଓହ୍ଲାଇ ଦିଅନ୍ତୁ ।

ନିଜର ଫ୍ୟାଶନ୍ ପ୍ରତିଦିନ ପିନ୍ଧନ୍ତୁ ନାହିଁ । ଏହା ପ୍ରତିଦିନ ପିନ୍ଧିବାକୁ ହୋଇନଥାଏ । ଯଦି ଏହାକୁ ଆପଣ ପ୍ରତିଦିନ ପିନ୍ଧିବେ, ତେବେ ଏହାର ରଙ୍ଗ ଓ ଚମକରେ ପରିବର୍ତ୍ତନ ଆସିଥାଏ ।

ଫ୍ୟାଶନ୍ ଅଳଙ୍କାରକୁ ଲମ୍ବା ସମୟ ପର୍ୟ୍ୟନ୍ତ ବ୍ୟବହାର କରିବା ପାଇଁ ପ୍ରତ୍ୟେକ ଥର ବ୍ୟବହାର କରିବା ପରେ ଏହାକୁ ସଫା କରିବା ପାଇଁ ଭୁଲିବେ ନାହିଁ । ଏହାକୁ ରେଶମ କପଡା ଦ୍ୱାରା ସଫା କରନ୍ତୁ । ଝାଳ, ମଇଳା ଦ୍ୱାରା ଅଳଙ୍କାରର ଚମକ ଫିକା ପଡିଥାଏ । ଆମୋନିୟା, ଆଲ୍‌କୋହଲ, ଭିନେଗାର ବା ଏସିଡ୍ ଯୁକ୍ତ କ୍ଲିନ୍ଜର୍ ଦ୍ୱାରା ଏହାକୁ ସଫା କରନ୍ତୁ ନାହିଁ ନହେଲେ ଏହା ଆପଣଙ୍କ ଅଳଙ୍କାର ଉପରେ ଖରାପ ପ୍ରଭାବ ପକାଇପାରେ ।

ନିଜର ଫ୍ୟାଶନ୍ ଗହଣାକୁ ସାବଧାନତାର ସହ ତୁଳା, ବଟର ପେପର୍, ଭେଲ୍‌ଭେଟ୍ ବାକ୍ସ ବା ଚେନ୍ ଥିବା ବ୍ୟାଗରେ ରଖନ୍ତୁ । ଫ୍ୟାଶନ୍ ଅଳଙ୍କାରକୁ ଝୁଲାଇ ରଖିବା ସହ ସମସ୍ତ ଅଳଙ୍କାରକୁ ଅଲଗା ଅଲଗା ରଖନ୍ତୁ, ତଦ୍ୱାରା ଏହା ଏକାଠି ଗୁଡାଇ ହେବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More