Only for Entertainment

ନକରାତ୍ମକ ଶକ୍ତି ଦୂର କରେ ସୁନେଲି ରଙ୍ଗର ଲକି କ୍ୟାଟ ।

Lucky Cat - Maneki Neko - WordPress.com
17

ଫେଙ୍ଗସୁଇ ଚିନର ବାସ୍ତୁଶାସ୍ତ୍ର ଅଟେ। ଫେଙ୍ଗସୁଇରେ ଘରର ନିର୍ମାଣ, ସୁନ୍ଦରତା ବଢାଇବା ଇତ୍ୟାଦି ବିଷୟରେ ବର୍ଣ୍ଣନା କରାଯାଇଛି । ଏହା ଅନୁସାରେ କିଛି ବିଶେଷ ଦ୍ରବ୍ୟ ଘରେ ରଖିବା ଦ୍ୱାରା ଅସୁବିଧା ଅନେକ ମାତ୍ରାରେ ଦୂର ହୋଇଥାଏ। ଯେପରି ଲକି କ୍ୟାଟ, ୱିଣ୍ଡ ଚାଇମ, ଲାଫିଙ୍ଗ ବୁଦ୍ଧ ଇତ୍ୟାଦି। ଫେଙ୍ଗସୁଇରେ ଗୋଟିଏ ହାତ ଉଠାଇ ଥିବା ଲକି ବିଲେଇ (ଲକି କ୍ୟାଟ)କୁ ଅତ୍ୟନ୍ତ ଶୁଭ କୁହାଯାଇଥାଏ। ଏହା ଅନେକ ରଙ୍ଗରେ ଉପଲବ୍ଧ ଅଟେ। ଏହା ରଖିବା ଦ୍ୱାରା ଅନେକ ଲାଭ ହୋଇଥାଏ।

ସୁନେଲୀ ରଙ୍ଗର ଲକି କ୍ୟାଟ ଘରେ ରଖିବା ଦ୍ୱାର କୁପ୍ରଭାବ ନଷ୍ଟ ହୋଇ ଯାଇଥାଏ। ଏହାକୁ ଘରର ମୁଖ୍ୟ କକ୍ଷରେ ରଖିବା ଉଚିତ। ସୁନେଲୀ ରଙ୍ଗର ଲକି କ୍ୟାଟ ଦ୍ୱାରା ଘରେ ସୁଖଶାନ୍ତିର ପରିବେଶ ସୃଷ୍ଟି ହୋଇଥାଏ।
ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଥିଲେ ବ୍ୟବସାୟସ୍ଥଳ କିମ୍ବା କାର୍ଯ୍ୟାଳୟର ପଶ୍ଚିମ ଦିଗରେ ଲକି କ୍ୟାଟ ରଖନ୍ତୁ। ଏହି ଲକି କ୍ୟାଟର ରଙ୍ଗ ଧଳା କିମ୍ବା ହଳଦିଆ ହୋଇଥିବା ଆବଶ୍ୟକ। ଦୋକାନରେ କ୍ଷତି ହେଉଥିଲେ ଏହି ଦୁଇଟି ରଙ୍ଗର ଲକି କ୍ୟାଟ ମଧ୍ୟ ରଖି ପାରିବେ। ଏପରି କରିବା ଦ୍ୱାରା ସଫଳତା ପାଇ ପାରିବେ।

ଘରେ ନୀଳ ରଙ୍ଗର ଲକି କ୍ୟାଟ ଉତ୍ତର ଦିଗରେ ରଖନ୍ତୁ। ଏପରି କରିବା ଦ୍ୱାରା ଖରାପ ଦୃଷ୍ଟି ଦୂର ହୋଇଥାଏ। ଘରେ କୌଣସି ଅଶୁଭ ଶକ୍ତି ପ୍ରବେଶ କରିପାରେ ନାହିଁ। ଅନେକ ସମସ୍ୟାରୁ ମୁକ୍ତି ମଧ୍ୟ ମିଳିଥାଏ।
ବାରମ୍ବାର ସ୍ୱାସ୍ଥ୍ୟ ଖରାପ ହେଲେ ସମସ୍ତେ ଚିନ୍ତିତ ରହିଥାନ୍ତି। ଏପରି କ୍ଷେତ୍ରରେ ସବୁଜ ରଙ୍ଗର ଲକି କ୍ୟାଟ ଘରର ପୂର୍ବ ଦିଗରେ ରଖନ୍ତୁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଠିକ ହେବାରେ ଲାଗିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More